ଭଦ୍ରକ : ୧୧ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗର ଜବତ

ଭଦ୍ରକ : କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଜାତୀୟ ରାଜପଥର ନଳାଙ୍ଗ ଛକ ରିଲାୟାନ୍ସ ପେଟ୍ରୋଲ ପମ୍ପ ନିକଟରୁ ୧୧୦ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି। ଏଥିସହ ଜଣେ ଯୁବକଙ୍କୁ ଗିରଫ ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ ଶୁକ୍ରବାର କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଭଦ୍ରକରୁ କଟକ ଜାତୀୟ ରାଜପଥରେ ପାଟ୍ରୋଲିଂ ଚାଲିଥିଲା। ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥର ନଳାଙ୍ଗ ଛକ ରିଲାୟାନ୍ସ ପେଟ୍ରୋଲ ପମ୍ପ ନିକଟରୁ କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦାର ଏକ ୧୧ ଜଣିଆ ସ୍ୱତନ୍ତ୍ର ଟିମ ଜଣେ ଯୁବକଙ୍କୁ ପିଛାକରିଥିଲେ। ତାଙ୍କୁ ଧରିବା ପରେ ୧୧୦ ଗ୍ରାମ ବ୍ରାଉନ ସୁଗର ଜବତ କରାଯାଇଥିଲା। ଗିରଫ ଯୁବକ ନଳାଙ୍ଗ ଅଂଚଳର ତ୍ରିଲୋଚନ ନାୟକ ବୋଲି ହୋଇଥିବା ଜଣାପଡ଼ିଛି। ସେ ଜଳେଶ୍ଵର ଅଞ୍ଚଳରୁ ଆଣିଥିବା ବ୍ରାଉନ ସୁଗର ଭଦ୍ରକ ଜିଲ୍ଲାରେ କାରବାର କରିଥାନ୍ତା ବୋଲି କହିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

Back to top button