ଭଦ୍ରକ : ମୁହଁରେ ପରିସ୍ରା କରିବା ଘଟଣାର ତଦନ୍ତ ନିର୍ଦ୍ଦେଶ

ଭଦ୍ରକ : ତିହିଡ଼ି ବାଉଁଶବାଗ ଗାଁରେ ପୂର୍ବ ଶତ୍ରୁତାରୁ କେନ୍ଦ୍ରକରି ଏକ ଅମାନବୀୟ ଘଟଣା ଘଟିଥିଲା। କିଛି ଦୁର୍ବୃତ୍ତ ଜଣେ ଯୁବକଙ୍କୁ ଘରୁ ଆଣି ଆକ୍ରମଣ କରିଥିଲେ। ଏହି ସମୟରେ ସେ ପାଣି ମାଗିବାରୁ ମୁହଁରେ ପରିସ୍ରା କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାର ତଦନ୍ତ କରିବାକୁ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

ଖବର ହେଲା ସପୃକ୍ତ ଯୁବକଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଛନ୍ତି ଗତକାଲି ସନ୍ଧ୍ୟାରେ କିଛି ଲୋକ ସଙ୍ଘବଧ ହୋଇ ତାଙ୍କ ଘରକୁ ଆସି ଭଙ୍ଗା ରୁଜା କରିଲେ। ଏହାକୁ ବିରୋଧ କରିବାରୁ ସେମାନେ ତାଙ୍କ ସ୍ୱାମୀଙ୍କୁ ଲଣ୍ଡା କରି ଚୂନ କାଳୀ ବୋଲିବା ସହିତ ବେକରେ ଜୋତା ମାଳ ପକାଇ ଗାଁ ଦାଣ୍ଡରେ ବୁଲାଇଥିଲେ। ଏପରିକି ପାଣି ମାଗିବାରୁ ତାଙ୍କ ସ୍ଵାମୀଙ୍କୁ ମୁହଁରେ ପରିସ୍ରା କରାଯାଇଥିବା ଅଭିଯୋଗ ହୋଇଛି।

ମତାମତ ଦିଅନ୍ତୁ ।