ଭଙ୍ଗା କୁଡିଆରେ ଦିନ କାଟୁଛନ୍ତି ୮୦ ବର୍ଷର ବୃଦ୍ଧା

ବାଲିଗୁଡ଼ା : ସରକାରୀ ସହାୟତା ଅପେକ୍ଷାରେ ୮୦ ବର୍ଷୀୟା ବୃଦ୍ଧା ବୈଦେହୀ ବେହେରା। ମାନସିକ ବିକୃତ ପୁଅକୁ ଧରି ଭଙ୍ଗା କୁଡିଆରେ ବିତାଉଛନ୍ତି ଜୀବନ। ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ହେଁ ତାଙ୍କ ଦୁଃଖ ଘୁଞ୍ଚୁନାହିଁ।

ଖବର ଅନୁଯାୟୀ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ୍ କିରିକୁଟୀ ଗ୍ରାମର ୮୦ ବର୍ଷୀୟା ବୃଦ୍ଧା ବୈଦେହୀ ବେହେରା। ତାଙ୍କର ଏକ ମାତ୍ର ପୁଅ ମାନସିକ ବିକୃତ। ସେଇ ପୁଅକୁ ନେଇ ବୈଦେହି ଦୀର୍ଘ ବର୍ଷ ହେଲାଣି ଜୀବନ ବିତାଉଛନ୍ତି। ସହାୟତା ପାଇଁ ଅନେକବାର ପ୍ରଶାସନ ପାଖରେ ଗୁହାରି କରିଛନ୍ତି। ହେଲେ କେହି ତାଙ୍କ ଦୁଃଖ ବୁଝୁନାହାନ୍ତି। ସରକାରୀ ବାବୁଙ୍କ ଅବହେଳା ଓ ଇଛାଶକ୍ତି ଅଭାବରୁ ପରିଣତ ବୟସରେ ଏଇ ବୃଦ୍ଧଙ୍କୁ ନିରାଶ ହେବାକୁ ପଡିଛି। ଭଙ୍ଗା କୁଡ଼ିଆ ଘରେ ରହିଥିବା ବୃଦ୍ଧାଙ୍କ ପ୍ରତି ଯଦି ବଡ ଅଧିକାରୀଙ୍କର ସୁଦୃଷ୍ଟି ପଡିବ ତେବେ ଅବସ୍ଥା ସୁଧୁରିବ ବୋଲି ଲୋକେ କହୁଛନ୍ତି।

Leave a Reply

Your email address will not be published. Required fields are marked *

Back to top button