ଭାରତ-ପାକିସ୍ତାନ ସୀମାରେ ସୁଡଙ୍ଗ ଠାବ

ଜାମ୍ମୁ : ଜାମ୍ମୁ-କାଶ୍ମୀରର ସାମ୍ବା ଜିଲ୍ଲାରେ ପାକିସ୍ତାନ ସଂଲଗ୍ନ ଅନ୍ତରାଷ୍ଟ୍ରୀୟ ସୀମା ନିକଟରେ ଏକ ସୁଡଙ୍ଗ ଠାବ ହୋଇଛି। ସୀମା ସୁରକ୍ଷା ବଳ (ବିଏସଏଫ)ର ଯବାନ ଓ ଜାମ୍ମୁ-କାଶ୍ମୀର ପୁଲିସର ମିଳିତ ପାଟ୍ରୋଲିଂ ସମୟରେ ଏହା ଜଣାପଡିଛି।

ବିଏସଏଫର ଆଇଜି ଏନଏସ ଜାମବାଲ କହିଛନ୍ତି ନାଗରୋଟ ଏନକାଉଣ୍ଟରରେ ପ୍ରାଣ ହରାଇଥିବା ଚାରି ଆତଙ୍କବାଦୀ ୩୦ରୁ ୪୦ ମିଟରର ଏହି ସୁଡଙ୍ଗ ଦେଇ ଭାରତୀୟ ସୀମାରେ ପଶିଥିବା ମନେ ହୂର। ଏହା ଏକ ନୂଆଁ ସୁଡଙ୍ଗ। ଲାଗୁଛି କେହି ଜଣେ ସେମାନଙ୍କୁ ଗାଇଡ୍ କରି ହାଇଓ୍ଵେ ପର୍ଯ୍ୟନ୍ତ ନେବାରେ ସାହାଯ୍ୟ କରିଛି। ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଶୁକ୍ରବାରଠାରୁ ସୀମାରେ ସୁଡଙ୍ଗ ନିରୋଧୀ ଅଭିଯାନ ଜାରି ରହିଛି। ସୀମାରେ ଏମିତି ଅବୈଧ ସୁଡଙ୍ଗର ସନ୍ଧାନ କରାଯାଉଛି। ବିଏସଏଫ ସହିତ ଆର୍ମି ଓ ପୋଲିସର ଯବାନ ଏହି ଅଭିଯାନରେ ସାମିଲ ରହିଛନ୍ତି।

ମତାମତ ଦିଅନ୍ତୁ ।