ଭାରତର ସମୁଦ୍ର ସୀମାରେ ଅନୁମତି ନନେଇ ଆମେରିକାର ଅପରେସନ୍

ନୂଆଦିଲ୍ଲୀ : ଆମେରିକା ନୌସେନା ଭାରତୀୟ ଜଳରାଶିରେ ବିନା ଅନୁମତିରେ ପ୍ରବେଶ କରି ଅପରେସନ କରିଛି। ଚଳିତ ସପ୍ତାହରେ ‘ଫ୍ରିଡମ ଅଫ ନାଭିଗେସନ ପ୍ୟାଟ୍ରୋଲ୍ସ’ ଲାକ୍ଷାଦ୍ୱୀପ ନିକଟରେ ଭାରତର ଏକ୍ସକ୍ଳୁସିଭ୍ ଇକୋନୋମିକ୍ ଜୋନ୍‌ରେ ଏହି ଅପରେସନ୍ ହୋଇଥିବା ଆମେରିକା ନୌସେନା ଟୁଇଟ୍ କରି ସୂଚନା ଦେଇଛି।

ଆମେରିକା ନୌସେନା କହିଛି ଏପ୍ରିଲ ୭ରେ ଭାରତର ବିନା ଅନୁମତିରେ ଲାକ୍ଷାଦ୍ୱୀପର ପଶ୍ଚିମରୁ ୧୩୦ କିମି ଦୂରରେ ଅପରେସନ ହୋଇଥିଲା। ଆମେରିକା ଅନ୍ତର୍ଜାତୀୟ ଆଇନକୁ ନଜରରେ ରଖି ଅପରେସନ କରିଛି। ଇଣ୍ଡୋ-ପ୍ୟାସିଫିକ ଅଞ୍ଚଳରେ ଆମେରିକା ଦୈନିକ ପ୍ୟାଟ୍ରୋଲିଂ କରେ। ଅନ୍ତର୍ଜାତୀୟ ଆଇନ ଅନୁମତି ଥିବା ଅଞ୍ଚଳରେ ଆମେରିକା ଉଡ଼ାଣ ଓ ଜାହାଜ ଚଳାଇଲେ କିଛି ଅସୁବିଧା ନାହିଁ। ଏଥର ମଧ୍ୟ ସମାନ ନୀତି ଅବଲମ୍ବନ କରାଯାଇଛି ବୋଲି ଆମେରିକା ନୌସେନା ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button