ଭାରତରେ ୧୪ ପ୍ରତିଶତ କୁପୋଷଣର ଶିକାର

ନୂଆଦିଲ୍ଲୀ : ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ୨୦୨୦ ରିପୋର୍ଟ ପ୍ରକାଶ ପାଇଛି। ସମୁଦାୟ ୧୦୭ ଦେଶ ମଧ୍ୟରେ ଭାରତ ୯୪ ତମ ସ୍ଥାନରେ ରହିଛି। ଏପରିକି ନେପାଳ, ଶ୍ରୀଲଙ୍କା, ମିଆଁମାର, ପାକିସ୍ତାନ, ବାଲାଂଦେଶ ଓ ଇଣ୍ଡୋନେସିଆ ଠାରୁ ଭାରତ ପଛରେ ରହିଛି।

ଗ୍ଳୋବାଲ ହଙ୍ଗର ଇଣ୍ଡେକ୍ସ ରିପୋର୍ଟ ଅନୁଯାୟୀ ୨୭.୨ ସ୍କୋର ରଖିଥିବା ଭାରତର କ୍ଷୁଧା ସ୍ଥିତି ଗମ୍ଭୀର। ଲୋକ ଖାଇବାକୁ ନ ପାଇ ଭୋକିଲା ରହୁଛନ୍ତି। ଖାଦ୍ୟଭାବରୁ ଜନସଂଖ୍ୟାର ୧୪ ପ୍ରତିଶତ କୁପୋଷଣର ଶିକାର ହେଉଛନ୍ତି। ଗତଥର ୧୧୭ ଦେଶରେ ଭାରତର ସ୍ଥାନ ୧୦୨ରେ ଥିଲା। ପୂର୍ବ ତୁଳନାରେ ଉନ୍ନତି ଆସିଛି। ୨୦୧୫ରୁ ଯଦି ଭାରତର ରେକର୍ଡ ଦେଖାଯାଏ ତେବେ ଭାରତରେ କ୍ଷୁଧା ସଙ୍କଟ ସେମିତି ରହିଛି। ପିଲାଙ୍କଠାରେ କୁପୋଷଣ ପରିସ୍ଥିତି ଅତ୍ୟନ୍ତ ଭୟାନକ ବୋଲି କୁହାଯାଇଛି।

ମତାମତ ଦିଅନ୍ତୁ ।