Breaking Newsଦେଶ-ବିଦେଶ

ଭାରତରେ ଲଞ୍ଚ୍‌ ହେଲା କରୋନା ଔଷଧ

ନୂଆଦିଲ୍ଲୀ : ଦୁଇଟି ଭାରତୀୟ ଔଷଧ କମ୍ପାନି ଲୁପିନ ଓ ସନ ଫାର୍ମାସୁଟିକାଲ୍ସ କରୋନା ଔଷଧ ଫାବିପିରାଭିର ଲଞ୍ଚ୍‌ କରିଛନ୍ତି। ଏହି ଔଷଧ ସାମାନ୍ୟରୁ ମଧ୍ୟମ ଧରଣର କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ବ୍ୟବହାର କରିହେବ ବୋଲି କୁହାଯାଇଛି।

ଲୁପିନ ଏହି ଔଷଧକୁ କୋଭିହଲ୍ଟ ବ୍ରାଣ୍ଡ ନାମରେ ବଜାରକୁ ଛାଡିଥିବା ବେଳେ ତାହାର ମୂଲ୍ୟ ଟାବଲେଟ ପିଛା ୪୯ ଟଙ୍କା ରଖାଯାଇଛି। ଜରୁରିକାଳୀନ ସ୍ଥିତିରେ ସାମାନ୍ୟରୁ ମଧ୍ୟମ ଧରଣର କରୋନା ସଂକ୍ରମିତଙ୍କ ଚିକିତ୍ସା ନିମନ୍ତେ ଫାବିପିରାଭିର ବ୍ୟବହାରକୁ ଭାରତୀୟ ଔଷଧ ମହାନିୟନ୍ତ୍ରକ ଅନୁମତି ଦେଇଛନ୍ତି। କମ୍ପାନି ପକ୍ଷରୁ କୋଭିହଲ୍ଟ ୨୦୦ ମିଲିଗ୍ରାମ ଟାବଲେଟ ପ୍ରତି ଷ୍ଟ୍ରିପରେ ୧୦ଟି ଟାବଲେଟ ରହୁଛି। ଗୋଟିଏ ଷ୍ଟ୍ରିପର ମୂଲ୍ୟ ରଖଯାଇଛି ୪୯୦ ଟଙ୍କା।

ସେହିପରି ସନ ଫାର୍ମାସୁଟିକାଲ୍ସ ପକ୍ଷରୁ ଗତକାଲି ଫ୍ଲୁଗାର୍ଡ ନାମରେ ଫାବିପିରାଭିର ଲଞ୍ଚ୍‌ କରାଯାଇଛି। ଏହାର ମୂଲ୍ୟ ଟାବଲେଟ ପିଛା ୩୫ ଟଙ୍କା ରଖାଯାଇଛି। ଚଳିତ ସପ୍ତାହରୁ ଏହି ଦୁଇଟି ଔଷଧ ଭାରତୀୟ ବଜାରରେ ଉପଲବ୍ଧ ହେବ।

ମତାମତ ଦିଅନ୍ତୁ ।

Back to top button