ଭାରତରେ ମୋଟୋରୋଲା ଲଞ୍ଚ୍ କରିବ ଶସ୍ତା ୫ଜି ଫୋନ୍

ନୂଆଦିଲ୍ଲୀ : ଆଗକୁ ଉପଲବ୍ଧ ହେବ ୫ଜି ମୋବାଇଲ ସେବା। ଏହାକୁ ଦୃଷ୍ଟିରେ ରଖି ମୋବାଇଲ୍ କମ୍ପାନୀ ଗୁଡିକ ନିଜ ବ୍ରାଣ୍ଡର ୫ଜି ସ୍ମାର୍ଟଫୋନ୍ ଲଞ୍ଚ୍ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏହି ଦୌଡରେ ସାମିଲ ରହିଛି ମୋଟୋରୋଲା। ୫ଜି ସ୍ମାର୍ଟଫୋନ୍ ଲଞ୍ଚ୍ କରିବାକୁ ନେଇଛି ନିଷ୍ପତ୍ତି। ତେବେ କୁହାଯାଉଛି ମୋଟୋରଲା ସବୁଠାରୁ ଶସ୍ତା ସ୍ମାର୍ଟଫୋନ୍ ବଜାରକୁ ଛାଡିବ।

ଖବର ଅନୁଯାୟୀ ମୋବାଇଲ୍ କମ୍ପାନୀ ମୋଟୋରୋଲା ୫ଜି ସ୍ମାର୍ଟଫୋନ୍ ଲଞ୍ଚ୍ କରିବା ପାଇଁ ପୁରା ପ୍ରସ୍ତୁତିରେ ରହିଛି। ଯୋଜନା କରୁଛି ଭାରତ ବଜାରକୁ ଛାଡିବ ଏକ ମିଡ ରେଞ୍ଜ ସ୍ମାର୍ଟଫୋନ୍। ଯାହା ୫ଜି ସ୍ମାର୍ଟଫୋନ୍ ସେଗମେଣ୍ଟରେ ଅନ୍ୟମାନଙ୍କ ଠାରୁ ଦାମ୍ କମ୍ ରହିବ।

ମୋଟୋରୋଲାର ମୋଟୋ ଜି-5ଜିରେ ଟ୍ରିପଲ ରିୟର କ୍ୟାମେରା ସେଟଅପ୍ ରହିବ। ଏଥିରେ ପ୍ରାଇମେରୀ କ୍ୟାମେରା ୪୮ ମେଗାପିକ୍ସେଲ ଯାହାକି ସାମସଙ୍ଗ ଜିଏମ-୧ ସେନ୍ସର ସହିତ ଆସିବ। ଏହାଛଡା ୮ ମେଗାପିକ୍ସେଲର ଟୋରିଫୋଟୋ ଲେନ୍ସ ଓ ୨ ମେଗାପିକ୍ସେଲର ଡେପ୍ ସେନ୍ସର ଥିବା ତୃତୀୟ କ୍ୟାମେରା ରହିବ ବୋଲି ଜଣାପଡିଛି।

ମତାମତ ଦିଅନ୍ତୁ ।