ଭାରତରେ ପହଞ୍ଚିଲା ଆଉ ୫ ଆପାଚେ ହେଲିକାପ୍ଟର

ନୂଆଦିଲ୍ଲୀ : ଆଜି ଆମେରିକାର ବୋଇଂ କମ୍ପାନୀ ଭାରତୀୟ ବାୟୁସେନାକୁ ଅବଶିଷ୍ଟ ୫ଟି ଏଏଚ-୬୪ ଡି ଆପାଚେ ଆଟାକ ହେଲିକାପ୍ଟର ପ୍ରଦାନ କରିଛି । ଭାରତ ମୋଟ ୨୨ଟି ଆପାଚେ ପାଇଁ ଅର୍ଡର ଦେଇଥିବାବେଳେ ପୂର୍ବରୁ ହିଁ ୧୭ଟି ଭାରତରେ ପହଞ୍ଚିସାରିଛି । ଗଲଓ୍ଵାନ ଘାଟିରେ ମଧ୍ୟ ଭାରତୀୟ ବାୟୁସେନା ନିଜର ଆପାଚେ ହେଲିକାପ୍ଟରକୁ ମୁତୟନ କରିଛି । ଟ୍ୟାଙ୍କ୍, ସାମରିକ ଗାଡିକୁ ଧ୍ୱଂସ କରିବାରେ ମାହିର ଥିବା ଆପାଚେ ପୂରା ବିଶ୍ୱରେ ବିଧ୍ୱଂସକାରୀ ହେଲିକପ୍ଟର ଭାବେ ଜଣାଶୁଣା ।

ଅନ୍ୟପକ୍ଷରେ ଗତ ମାର୍ଚ୍ଚ ମାସରେ ଭାରତ ମଗାଇଥିବା ୧୫ଟି ଚିନୁକ ହେଭିଲିପ୍ଟ ହେଲିକାପ୍ଟର ଭାରତରେ ପହଞ୍ଚିସାରିଛି । ଭାରତ ମୋଟ ୧୫ଟି ଚିନୁକ ଡେଲିଭରି ପାଇଁ ବୋଇଂକୁ ଅର୍ଡର ଦେଇଥିଲା । ଚିନୁକ ହେଭିଲିପ୍ଟ ହେଲିକାପ୍ଟର ବିଶ୍ୱର ସବୁଠାରୁ ଶକ୍ତିଶାଳୀ ହେଲିକାପ୍ଟର ମଧ୍ୟରୁ ଅନ୍ୟତମ ।

ମତାମତ ଦିଅନ୍ତୁ ।