ଭାରତ ପଠାଇବାକୁ ଆତଙ୍କବାଦୀଙ୍କୁ ତାଲିମ ଦେଉଛି ପାକ୍

0

ନୂଆଦିଲ୍ଲୀ : ପାକିସ୍ତାନରଗୁଇନ୍ଦା ସଂସ୍ଥା ଆଇଏସଆଇ ପ୍ରାୟ ୮୦ ଜଣ ଆତଙ୍କବାଦୀଙ୍କୁ ତାଲିମ ଦେଉଛି। ସେମାନକୁ ଭାରତ ପଠାଇବା ପାଇଁ ଯୋଜନା ରହିଛି ବୋଲି ଗୁଇନ୍ଦା ସୂଚନା ମିଳିଛି।

ସୂଚନା ଅନୁଯାୟୀ ଖାଇବର ପଖତୁନଖ୍ବାବାଠାରେ ଥିବା ଗାରି ହବିବୁଲ୍ଲା ଆତଙ୍କବାଦୀ ତାଲିମ କ୍ୟାମ୍ପରେ ଗତ ଜାନୁଆରୀ ଶେଷ ସପ୍ତାହରୁ ପ୍ରାୟ ୮୦ ଜଣ ଆତଙ୍କବାଦୀ ତାଲିମ ନେଉଛନ୍ତି। ଏହି ଆତଙ୍କବାଦୀମାନେ ହିଜବୁଲ ମୁଜାହିଦ୍ଦିନ, ଲସ୍କର-ଇ-ତୋଇବା ଓ ଅଲ-ବଦର ଆଦି ସଂଗଠନର ବୋଲି ଜଣାପଡ଼ିଛି। ସେମାନଙ୍କୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଚାଳନା, ଗ୍ରେନ ଫିଙ୍ଗିବା ଏପରି ଆତ୍ମଘାତି ଆକ୍ରମଣ କରିବାର କୌଶଳ ଶିଖାଯାଉଛି। ତାଲିମ ଶେଷ ହେବା ପରେ ଭାରତକୁ ପଠାଇବା ପାଇଁ ଯୋଜନା ରହିଥିବା ଜଣାପଡିଛି।

Leave A Reply

Your email address will not be published.