ଭାଉଜର ଗଳା କାଟି ଦେଲା ଦିଅର

କଟକ : କଟକ ସହରର ଶିଖରପୁର ଉପର ସାହିରେ ଗତକାଲି ରାତିରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ସମ୍ପତ୍ତି ଲୋଭରେ ବିଧବା ଭାଉଜକୁ ଗଳା କାଟି ହତ୍ୟା କରିଛି ଦିଅର। ଏହି ଘଟଣାରେ ଚାଉଳିଆଗଞ୍ଜ ପୋଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି।
ଖବର ଅନୁଯାୟୀ ମୃତ ମହିଳାଙ୍କ ଭାଇଙ୍କ ଅଭିଯୋଗ ଭିଣୋଇଙ୍କ ମୃତ୍ୟୁ ପରେ ସଂପତ୍ତି ଲୋଭରେ ସଂପୃକ୍ତ ଦିଅର ତାଙ୍କ ଭଉଣୀ ଓ ପିଲାଙ୍କୁ ନିର୍ଯାତନା ଦେଇ ଆସୁଥିଲା। ପୂର୍ବରୁ ଥରେ ମାରି ଦେବାକୁ ଚେଷ୍ଟା କରିଥିଲା। ସେତେବେଳେ ଥାନାରେ ଅଭିଯୋଗ କରିବା ଲାଗି ଭଉଣୀଙ୍କୁ କହିଥିଲେ। କିନ୍ତୁ ଦିଅର ପରିବାରର ଭବିଷ୍ୟତକୁ ଦେଖି ଭଉଣୀ ଅଭିଯୋଗ କରିନଥିଲେ ବୋଲି ସେ କହିଛନ୍ତି। ଶେଷରେ ଗତ ରାତିରେ ଦିଅର ଛୁରୀରେ ହତ୍ୟା କରିଛି ବୋଲି ସେ ଅଭିଯୋଗ କରିଛନ୍ତି।