ଭିଜିଲାନ୍ସ ଜାଲରେ ଆଡିସିନାଲ ପିସିସିଏଫ

ଭୁବନେଶ୍ଵର : ଆଡିସିନାଲ ପିସିସିଏଫ ଅଭୟକାନ୍ତ ପାଠକ ଭିଜିଲାନ୍ସ ଜାଲରେ ଫସିଛନ୍ତି। ଓଡିଶା ସମେତ ମହାରାଷ୍ଟ୍ର ଓ ବିହାରର ୧୨ଟି ସ୍ଥାନରେ ଏକକାଳୀନ ଚାଲିଛି ରେଡ୍। ଓଡିଶାର ୪ଟି ସ୍ଥାନରେ, ମହାରାଷ୍ଟ୍ରର ୭ଟି ସ୍ଥାନରେ ଓ ବିହାରର ପାଟନାରେ ଚଢ଼ଉ ଭିଜିଲାନ୍ସ କରୁଛି। ପୁଣେର ଭୁଗାଓଁ ହିଲ ଟାଉନ ଅଞ୍ଚଳ ଫାର୍ମ ହାଉସ ଓ କୋରେଗାଓଁ ପାର୍କରେ ଥିବା ଆପାର୍ଟମେଣ୍ଟର ଏକ ଫ୍ଲାଟରେ ଭିଜିଲାନ୍ସ ଚଢ଼ଉ କରିଥିବା ଜଣାପଡ଼ିଛି।

ପିସିସିଏଫ ଅଭୟକାନ୍ତ ପାଠକ ୧୯୮୭ ବ୍ୟାଚର ଆଇଏଫଏସ୍ ଅଫିସର। ଓଡ଼ିଶାର ଅତିରିକ୍ତ ପିସିସିଏଫ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କ ବିରୋଧରେ କୋଟି କୋଟି ଟଙ୍କାର ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିଥିବାର ଅଭିଯୋଗ ହୋଇଥିଲା। ସେ ଲକଡାଉନ ସମୟରେ ୨୦ ଥର ଚାର୍ଟର ପ୍ଲେନ୍ ବ୍ୟବହାର କରିଥିବା ବେଳେ ତାଙ୍କ ପୁଅ ଆକାଶ କୁମାର ପାଠକ ମଧ୍ୟ ବିଳାସମୟ ଜୀବନଯାପନ କରୁଥିଲେ।

ମତାମତ ଦିଅନ୍ତୁ ।