ଭିଜିଲାନ୍ସ ଜାଲରେ ମେଡିକାଲ ବିପିଏମ୍

ମାଲକାନଗିରି : ଭିଜିଲାନ୍ସ ଜାଲରେ ଫସିଛନ୍ତି ମାଲକାନଗିରି ଜିଲ୍ଲା ପଡ଼ିଆ ମେଡିକାଲ ବ୍ଲକ ପ୍ରୋଗ୍ରାମ ମ୍ୟାନେଜର୍ ଅତିବୁଦ୍ଧି। ଗାଡି ଭଡା ବାବଦ ବିଲ କରିବା ପାଇଁ ୨୦ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ଖବର ଅନୁଯାୟୀ ରାକେଶ ଚନ୍ଦ୍ର ଦାସଙ୍କ ବୋଲେରୋ ଗାଡି ମେଡିକାଲରେ ଭଡା ଲାଗିଥିଲା। ଏ ବାବଦ ବିଲ୍ କରିବା ପାଇଁ ୨୦ ହଜାର ଲାଞ୍ଚ ମାଗିଥିଲେ ବିପିଏମ୍। ରାକେଶ ଏ ସମ୍ପର୍କରେ ଭିଜିଲାନ୍ସକୁ ସୂଚନା ଦେବା ପରେ ମାଲକାନଗିରିର ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ୱରେ ଏକ ଟିମ୍ ପୋଡ଼ିଆ ମେଡିକାଲରେ ଚଢ଼ାଉ କରିଥିଲେ। ଏଥିରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ଭିଜିଲାନ୍ସ ତାର ତଦନ୍ତ କରୁଛି।

ମତାମତ ଦିଅନ୍ତୁ ।