ଭିଜିଲାନ୍ସ ଜାଲରେ ଫସିଲେ ଡାକ୍ତର

ବ୍ରହ୍ମପୁର : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ସିଏଚସିର ବ୍ଲକ୍ ପବ୍ଲିକ୍ ସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ନିଶିଥ୍ ନିଶଙ୍କ ମାଲୁଙ୍କୁ ଭିଜିଲାନ୍ସ ଗିରଫ କରିଛି। ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଧରାପଡିଛନ୍ତି।

ଖବର ଅନୁଯାୟୀ ସ୍ଵାସ୍ଥ୍ୟକର୍ମୀ ବେଣୁପାଣି ଦିଗାଲଙ୍କଠାରୁ ଆରସିଏମ ଓ ଟିଏ ବିଲ୍ ପାସ୍ କରାଇବା ପାଇଁ ଡାକ୍ତର ନିଶିଥ୍ ନିଶଙ୍କ ଲାଞ୍ଚ ନେଉଥିଲେ। ଭିଜିଲାନ୍ସ ତାଙ୍କୁ ଗିରଫ କରିବା ପରେ ଫିରିଙ୍ଗିଆ ବାସଭବନ ଓ ଭୁବନେଶ୍ଵର ସୁନ୍ଦରପଦା ଘରେ ଚଢଉ କରାଯାଇଛି। ବ୍ରହ୍ମପୁର ଭିଜିଲାନ୍ସ ଏସପି ଶାନ୍ତୁନୁ ପାଢୀ ଆଜି ଏହି ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button