ଭିମସାରରେ ହେବ ୩୦୦ ଶଯ୍ୟା ବିଶିଷ୍ଟ ଦ୍ୱିତୀୟ କୋଭିଡ୍ ହସ୍ପିଟାଲ

0

ସମ୍ବଲପୁର : ପଶ୍ଚିମ ଓଡ଼ିଶାରେ କରୋନା ସଂକ୍ରମଣ ବଢୁଥିବାରୁ ଆଜି ସମ୍ବଲପୁର ଗସ୍ତରେ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ଏହି ଅବସରରେ ବୁର୍ଲା ଭିମସାରରେ ଦ୍ୱିତୀୟ କୋଭିଡ୍ ହସ୍ପିଟାଲ ହେବ ବୋଲି ସେ ସୂଚନା ଦେଇଛନ୍ତି।

ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଆଜି ସକାଳେ ସମ୍ବଲପୁରରେ ପହଞ୍ଚି କରୋନା ସ୍ଥିତି ନେଇ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛନ୍ତି। ବୁର୍ଲା ଭିମସାରରେ ଥିବା କୋଭିଡ ହସ୍ପିଟାଲ ବୁଲି ଦେଖିବା ପରେ ସେ କହିଛନ୍ତି ଭିମସାରରେ ୩୦୦ ଶଯ୍ୟା ବିଶିଷ୍ଟ ଆଉ ଏକ କୋଭିଡ ହସ୍ପିଟାଲ କରାଯିବ। ଏଥିରୁ ୨୫୦ଟି ବେଡ଼ରେ ଅମ୍ଳଜାନ ସୁବିଧା ରହିବ। ୫୦ଟି ଆଇସିୟୁ ବେଡ଼। ୧୦ ଦିନ ମଧ୍ୟରେ ଏହା ପ୍ରସ୍ତୁତ ହୋଇଯିବ।

ବର୍ତ୍ତମାନ ସେଠାରେ ରହିଥିବା କୋଭିଡ ହସ୍ପିଟାଲରେ ୨୦ଟି ଆଇସିୟୁ ବେଡ଼ ଥିବାବେଳେ ଆଉ ୩୦ଟି ବୃଦ୍ଧି କରାଯିବ। ସେହିପରି ୧୭୫ଟି ଶଯ୍ୟା ଥିବାବେଳେ ଏହାକୁ ୫୨୫ଟି ବେଡ଼ କରିବା ପାଇଁ ଚେଷ୍ଟା କରାଯାଉଛି। ଏଠାରେ ପର୍ଯ୍ୟାପ୍ତ ମେଡ଼ିସିନ ଓ ଚିକିତ୍ସା ଉପକରଣ ମହଜୁଦ ରହିଛି।

Leave A Reply

Your email address will not be published.