ଭୋଟର ଲିଷ୍ଟରେ ଶଶିକଳାଙ୍କ ନାଁ ନାହିଁ

ଚେନ୍ନାଇ : ତାମିଲନାଡୁର ପୂର୍ବତନ ଦିବଂଗତ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବାନ୍ଧବୀ ବି.କେ ଶଶିକଳାଙ୍କ ନାମ ଭୋଟର ତାଲିକାରେ ନାହିଁ। ମଙ୍ଗଳବାର ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଭୋଟଦାନ ଚାଲିଥିବା ବେଳେ ଶଶିକଳାଙ୍କ ଓକିଲ ଏନ.ରାଜା ଏସ୍ ପାଣ୍ଡିଆନ୍ ଏହି ସୂଚନା ଦେଇଛନ୍ତି।

ଖବର ଅନୁଯାୟୀ ଚେନ୍ନାଇର ଥାଉଜେନ୍ଡ ଲାଇଟ୍ ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟର ତାଲିକାରୁ ଶଶିକଳାଙ୍କ ନାମ ହଟାଇ ଦିଆଯାଇଛି। ଏଥିପାଇଁ ସେ ଅସନ୍ତୁଷ୍ଟ ବୋଲି କହିଛନ୍ତି ଶଶିକଳାଙ୍କ ଓକିଲ ପାଣ୍ଡିଆନ୍। ସେ କହିଛନ୍ତି ଗତ ଲୋକସଭା ନିର୍ବାଚନ ପୂର୍ବରୁ ଭୋଟର ତାଲିକା ସଂଶୋଧନ ସମୟରେ ଜାନୁଆରୀ ୩୧, ୨୦୧୯ ରେ ଶଶିକଳାଙ୍କ ନାମ ହଟାଯାଇଥିଲା ବୋଲି ଅଧିକାରୀମାନେ କହିଛନ୍ତି। ତେବେ ନାମ କଟାଯାଇଥିବା ଭୋଟଦାନର ଦିନକ ପୂର୍ବରୁ ଶଶିକଳା ଜାଣିବାକୁ ପାଇଛନ୍ତି।

ସୂଚନାଯୋଗ୍ୟ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଚାରିବର୍ଷ ଜେଲଦଣ୍ଡ ଭୋଗିବା ପରେ ଚଳିତ ବର୍ଷ ଜାନୁଆରୀରେ ଶଶିକଳା ଜେଲରୁ ମୁକୁଳିଥିଲେ। ଜେଲରୁ ବାହାରିବା ପରେ ସକ୍ରିୟ ରାଜନୀତିରୁ ଅବସର ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *

Back to top button