Breaking Newsରାଜ୍ୟ
ଭୁବନ ଏନଏସି ଦୁଇଦିନ ସଟଡାଉନ

ଢେଙ୍କାନାଳ : ଭୁବନ ଏନଏସିକୁ ଢେଙ୍କାନାଳ ଜିଲ୍ଲାପାଳ ଦୁଇଦିନ ସଟଡାଉନ୍ ଘୋଷଣା କରିଛନ୍ତି। ଏହି କଟକଣା ଆଜିଠାରୁ ଲାଗୁ ହୋଇଛି। ଖବର ଅନୁଯାୟୀ ୨୦ ତାରିଖରେ ୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣ ବିଭିନ୍ନ ଦୋକାନରେ କିଣାକିଣି କରିବା ସହ ବ୍ୟାଙ୍କ୍ ଓ ପେଟ୍ରୋଲ ପମ୍ପ ଯାଇଥିବା ଜଣାପଡିବା ପରେ ପ୍ରଶାସନ ୭ଟି ଦୋକାନ, ଗୋଟିଏ ବ୍ୟାଙ୍କ୍ ଓ ପେଟ୍ରୋଲ ପମ୍ପକୁ ସିଲ୍ କରିଛି। ଗୁରୁବାର ଓ ଶୁକ୍ରବାର ଭୁବନ ଏନଏସି ସଟଡାଉନ୍ ରହିବ। ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନ୍ ଥିବାରୁ ଲଗାତାର ୪ ଦିନ ପାଇଁ କଟକଣା ବଳବତ୍ତର ରହିବ।