Breaking Newsରାଜ୍ୟ

ଭୁବନେଶ୍ୱରରୁ ୧୨୬ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଆଜି ୧୨୬ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିରୁ ୯୩ ଜଣ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୩୩ ଜଣ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର। ଭୁବନେଶ୍ଵର ମହା ନଗର ନିଗମ ଏହି ସୂଚନା ଦେଇଛି।

ଗୁରୁବାର ମିଳିଥିବା ତଥ୍ୟ ଅନୁଯାୟୀ ମଞ୍ଚେଶ୍ୱରର ଏକ ଅଟାକଳର ଆଉ ୩୫ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନେ ପୂର୍ବରୁ ଚିହ୍ନଟ ସଙ୍କ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ। ସେହିପରି ଚନ୍ଦ୍ରଶେଖରପୁରସ୍ଥିତ ୭ମ ବାଟାଲିଅନରୁ ୯ ଜଣ, ୟୁନିଟ-୨ର ଏମ୍‌ଜି ରୋଡ଼ ନିକଟରୁ ୫ ଜଣ ମହିଳାଙ୍କ ସମେତ ୭ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ରସୁଲଗଡ଼ର ଓସିସି କଲୋନିରୁ ଜଣେ ମହିଳାଙ୍କ ସମେତ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ନୟାପଲ୍ଲୀ ନୂଆସାହିରୁ ଜଣେ ୫୦ ବର୍ଷିୟ ମହିଳା, ଲକ୍ଷ୍ମୀବିହାରରୁ ଜରେ ୨୦ ବର୍ଷୀୟ ମହିଳା, ୟୁନିଟ-୮ସ୍ଥିତ ଡିଏଭି ସ୍କୁଲ ନିକଟରୁ ଜଣେ ୩୯ ବର୍ଷିୟ ପୁରୁଷ, ପାତ୍ରପଡ଼ାରୁ ଜଣେ ୩୦ ବର୍ଷିୟ ଯୁବକ, ଗଜପତି ନଗରରୁ ଜଣେ ୨୬ ବର୍ଷିୟ ଯୁବକ, ରାଜମହଲ ଛକ ନିକଟରୁ ନିର୍ମାଣାଧୀନ ଏକ କମ୍ପାନିରୁ ୨୮ ବର୍ଷିୟ ପୁରୁଷ, ରିଜର୍ଭ ପୋଲିସ କଲୋନିରୁ ୩ ଜଣ ପୁରୁଷ (୨୫, ୩୮ ଓ ୩୦ ବର୍ଷ), ଏକ ଘରୋଇ ହସ୍‌ପିଟାଲରୁ ୪ ଜଣ ପୁରୁଷ (୨୦, ୩୨ ବର୍ଷିୟ ୨ଜଣ ଓ ୨୯ ବର୍ଷ) କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସମସ୍ତେ ପୂର୍ବରୁ ଚିହ୍ନଟ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ।

ଏହାବ୍ୟତୀତ ଏକ ସରକାରୀ ହସ୍‌ପିଟାଲର ୬୨ ବର୍ଷିୟ ପୁରଷ, ଶୈଳଶ୍ରୀ ବିହାରରୁ ଜଣେ ୪୯ ବର୍ଷିୟ ପୁରୁଷ, ଝାରପଡ଼ାରୁ ଜଣେ ୩୪ ବର୍ଷିୟ ଯୁବକ, କେଳଥିଆରୁ ଜଣେ ୧୭ ବର୍ଷିୟ ବାଳକ, ସୁନ୍ଦରପଦାରୁ ଜଣେ ୧୧ ବର୍ଷିୟ ବାଳକ, ପଳାଶୁଣୀରୁ ଜଣେ ୨୫ ବର୍ଷୀୟ ମହିଳା, ଗଙ୍ଗନଗର ବାଳକ ହାଇସ୍କୁଲ ନିକଟରୁ ୨ ଜଣ ପୁରୁଷ (୩୦ ଓ ୨୪ ବର୍ଷ), ବଡ଼ଗଡ଼ରୁ ଜଣେ ୧୭ ବର୍ଷିର ବାଳକ, ଏନ୍‌-୬ ନୟାପଲ୍ଲୀରୁ ୨ ଜଣ ପୁରୁଷ (୨୧ ଓ ୨୮ ବର୍ଷ), ଡୁମଡୁମାରୁ ଜଣେ ୫୪ ବର୍ଷିୟ ପୁରୁଷ, ବ୍ରହ୍ମେଶ୍ୱର ପାଟଣାରୁ ଜଣେ ୪୨ ବର୍ଷିୟ ପୁରୁଷ, ୟୁନିଟ-୬ସ୍ଥିତ ଭୁବନେଶ୍ୱର କ୍ଲବ ନିକଟରୁ ଜଣେ ୪୬ ବର୍ଷିୟ ପୁରୁଷ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ କରୋନା ପଜିଟିଭ ଚିହ୍ନଟ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ। ସାମନ୍ତରାପୁରରୁ ଜଣେ ୫୦ ବର୍ଷିୟ ପୁରୁଷ, ଏକ ଘରୋଇ ହସ୍‌ପିଟାଲରୁ ଜଣେ ପୁରୁଷ ଓ ଅନ୍ୟ ଜଣେ ମହିଳା କର୍ମଚାରୀ (୩୦ ଓ ୩୮ ବର୍ଷ), ଏକ ଘରୋଇ ହସ୍‌ପିଟାଲର ୨ ଜଣ ମହିଳା କର୍ମଚାରୀ (୨୪ ଓ ୨୦ ବର୍ଷ), ଏକ ଘରୋଇ ହସ୍‌ପିଟାଲରୁ ୨୯ ବର୍ଷିୟ ମହିଳା କର୍ମଚାରୀ, ୟୁନିଟ-୪ ମାଛ ମାର୍କେଟ ନିକଟରୁ ଜଣେ ୨୯ ବର୍ଷୀୟ ମହିଳା, ପଣ୍ଡରାରୁ ଜଣେ ୩୦ ବର୍ଷିୟ ଯୁବକ, ଅନ୍ୟ ଜିଲ୍ଲାରୁ ଆସିଥିବା ଜଣେ ୭୦ ବର୍ଷିୟ ବୃଦ୍ଧା ଓ ୮୦ ବର୍ଷିୟ ବୃଦ୍ଧ ଓ ଚନ୍ଦ୍ରଶେଖରପୁର ଏଚବି କଲୋନିର ଜଣେ ୫୦ ବର୍ଷିୟ ପୁରୁଷ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏମାନେ କରୋନା ପଜିଟିଭ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ।

ମତାମତ ଦିଅନ୍ତୁ ।

Back to top button