ଭୁବନେଶ୍ଵରରୁ ୮୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରୁ ଆଜି ୮୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୪୧ଜଣ ଚିହ୍ନଟ ହୋଇଥିବା ବେଳେ ୪୬ଜଣ ସ୍ଥାନୀୟ ଅଞ୍ଚଳର। ଭୁବନେଶ୍ୱର ମହାନଗର ନିଗମ ଏହି ସୂଚନା ଦେଇଛି।

ଶନିବାର ମିଳିଥିବା ତଥ୍ୟ ଅନୁଯାୟୀ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ମୈତ୍ରୀ ବିହାରର ଏଲଆଇସି କଲୋନୀରୁ ୨ଜଣ, ଆଇଆରସି ଭିଲେଜ ଏନ-୩ରୁ ଜଣେ, ଗଙ୍ଗନଗରର ଏସବିଆଇ ଏନଆରଆଇ ଶାଖା ନିକଟରୁ ଜଣେ, ବିଜେବି ନଗରରୁ ଜଣେ, ଡମଣାରୁ ୩ଜଣ, ଶାସ୍ତ୍ରୀ ନଗରରୁ ଜଣେ, ପୋଖରୀପୁଟର ଅନନ୍ତ ବିହାରରୁ ଜଣେ ଓ ଲକ୍ଷ୍ମୀସାଗରର ସନ୍ତୋଷ ବିହାରରୁ ୨ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ନୟାପଲ୍ଲୀର ମହିମା ଢ଼ାବା ନିକଟରୁ ଜଣେ, ୟୁନିଟ-୯ର ରୋଡ଼-୨ରୁ ଜଣେ, ଲୁଇସ ରୋଡ଼ରୁ ଜଣେ, ବିଜେବି ନଗରର ବିଜୟ ଲକ୍ଷ୍ମୀ କଲୋନୀରୁ ୩ଜଣ, ୟୁନିଟ-୨ର ରାଜମହଲ ଛକରୁ ଜଣେ, ରସୁଲଗଡ଼ରୁ ଜଣେ, ଘରୋଇ ଡାକ୍ତରଖାନାର ଜଣେ କର୍ମଚାରୀ, ନୟାପଲ୍ଲୀର ବେହେରା ସାହିରୁ ଜଣେ, ଆଚାର୍ଯ୍ୟ ବିହାର ସାଇନ୍ସ ପାର୍କ ବସ୍ତିରୁ ଜଣେ, ଲକ୍ଷ୍ମୀସାଗରର ଓସ୍କାର ସିଟି ନିକଟରୁ ଜଣେ, ବମିଖାଲର ଜୟଦୁର୍ଗା ନଗରରୁ ଜଣେ, ଓଲଡ ଟାଉନର ପୁନାମା ଗେଟରୁ ଜଣେ, ଶ୍ରୀରାମ ନଗରରୁ ଜଣେ, ନୂଆଗାଁର ଖରଡ଼ା ସାହିରୁ ଜଣେ, ନୟାପଲ୍ଲୀ ବ୍ରିଟ କଲୋନୀରୁ ୩ଜଣ, ବଡ଼ଗଡ଼ କେନାଲ ରୋଡ଼ରୁ ଜଣେ, ବରମୁଣ୍ଡାର ମହିମା ମିଶ୍ର ଲେନରୁ ଜଣେ, କାନନ ବିହାରର ଫେଜ-୧ରୁ ୬ଜଣ, ପାତ୍ରପଡାରୁ ଜଣେ ଓ ମହାରାଷ୍ଟ୍ରରୁ ଫେରି ସଙ୍ଗରୋଧରେ ଥିବା ଜଣେ ୮ବର୍ଷିୟ ଶିଶୁ ରହିଛି।

  ପୂର୍ବରୁ ଟିକା ନେଇଥିଲେ କୋଭିଡ଼ ଟିକା ମନା

ନୂଆ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ୱର ମୋଟ ୧୧୩୦ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୪୯୪ଜଣ ସୁସ୍ଥ ହୋଇଛନ୍ତି। ଏବେ ୬୨୪ଟି ସକ୍ରିୟ ମାମଲା ରହିଛି। ୧୧ଜଣଙ୍କର ମୃତ୍ୟୁ ଘଟିଛି।

ମତାମତ ଦିଅନ୍ତୁ ।