ଭୁବନେଶ୍ୱରରୁ ୧୦୧, କଟକରୁ ୮୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରୁ ଆଜି ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୫୨ କ୍ୱାରେଣ୍ଟାଇନ୍‌ରୁ ଓ ୪୯ ଲୋକାଲ କଣ୍ଟାକ୍ଟ କେସ୍‌ ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀ ସାଲିଆସାହିରୁ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ପଟିଆରୁ ୩, ଡୁମୁଡୁମାରୁ ୩, ବଡ଼ଗଡ଼ରୁ ୨, ଓଲଡ ଟାଉନରୁ ୨, ବରମୁଣ୍ଡାରୁ ୨, ୟୁନିଟ-୧ରୁ ୨, ଭୀମପୁରରୁ ୨, ନୀଳାଦ୍ରି ବିହାରରୁ ୨, ସାମନ୍ତରାପୁରରୁ ୨, ସହିଦ ନଗରରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ସୁସ୍ଥ ହୋଇ ୧୦୬ ଜଣ ଘରକୁ ଫେରିଛନ୍ତି।

ସେହିପରି ଆଜି ସିଏମ୍‌ସି ଅଞ୍ଚଳରୁ ୮୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୩୮ ଜଣ କେବଳ ବେହେରା ସାହିରୁ। ସେମାନଙ୍କ ମଧ୍ୟରେ ୧୬ ପୁରୁଷ ଓ ୨୨ ମହିଳା ଅଛନ୍ତି। ମାଲଗୋଦାମ ବେହେରାସାହି କଟକ ମହାନଗର ନିମଗ(ସିଏମ୍‌ସି)ର ଚିନ୍ତା ବଢ଼ାଇଛି। ସେହିପରି ଯୋବ୍ରା ପାରେଶ୍ୱର ସାହିରୁ ୧୬, ରାଣୀହାଟରୁ ୬, ଭାଣପୁରରୁ ୩, ଚାଉଳିଆଗଞ୍ଜରୁ ୩ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି।

ମତାମତ ଦିଅନ୍ତୁ ।