ଭୁବନେଶ୍ୱରରୁ ୧୦୯ ଓ କଟକରୁ ୭୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରୁ ୧୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ୬୦ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୪୯ ଜଣ ସ୍ଥାନୀୟ ସଂକ୍ରମଣ। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେହିପରି କଟକ ମହାନଗର ଅଞ୍ଚଳରୁ ୭୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜାଲୁଆ ସାହିରୁ ଚିହ୍ନଟ ୪୩ ଜଣ ହୋଇଛନ୍ତି।

ମଙ୍ଗଳବାର ତଥ୍ୟ ଅନୁଯାୟୀ ପୁରୁଣା ଭୁବନେଶ୍ୱର ରାମେଶ୍ୱରପାଟଣାରୁ ୪ ଜଣ, ୟୁନିଟ-୮, ନୂଆ ଫରେଷ୍ଟ ପାର୍କ ଅଞ୍ଚଳରୁ ୪ ଜଣ, ୨ଟି ଘରୋଇ ହସ୍‌ପିଟାଲରୁ ୩-୩ ଜଣ, ସୁନ୍ଦରପଦା, ଗଙ୍ଗନଗର, ଚନ୍ଦ୍ରଶେଖରପୁରରୁ ୩ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛି। କେନ୍ଦ୍ର ସରକାରଙ୍କ ଏକ ହସ୍‌ପିଟାଲ, ପାଇକନଗର ବସ୍ତି, ରସୁଲଗଡ଼, ଜୟଦେବ ବିହାର, ଡେଲଟା ଛକ, ସାଲିଆ ସାହିରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାଛଡା ସ୍ଥାନୀୟ ସଂକ୍ରମଣଙ୍କ ମଧ୍ୟରେ ବଡ଼ଗଡ଼ରୁ ୪ ଜଣ, ବିବେକାନନ୍ଦ ମାର୍ଗରୁ ୩ ଜଣ, ସାଲିଆ ସାହି, ଚନ୍ଦ୍ରଶେଖରପୁର, କାନନ ବିହାର, ପଟିଆରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ହୋଇଛନ୍ତି। ଆଜି ୧୩୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

କଟକ ମହା ନଗର ନିଗମର ସୂଚନା ହେଲା ସୁତାହାଟରୁ ୮, ପ୍ରତାପ ନଗରୀରୁ ୨, ବକ୍ସିବଜାରରୁ ୨ ଚିହ୍ନଟ, କାଠଗଡ଼ା ସାହିରୁ ୨, ବାଦାମବାଡ଼ିରୁ ୧ ଚିହ୍ନଟ ହୋଇଥିବା ବେଳେ ବିଡ଼ାନାସୀରୁ ୧ ଚିହ୍ନଟ ହୋଇଥିବା ହୋଇଛନ୍ତି। ଜାଲୁଆ ସାହିରୁ ଚିହ୍ନଟ ୪୩ ଜଣଙ୍କ ମଧ୍ୟରୁ ୨୩ ଜଣ ପୁରୁଷ ଓ ୨୦ ଜଣ ମହିଳା ଅଛନ୍ତି।

ମତାମତ ଦିଅନ୍ତୁ ।