Breaking Newsଅପରାଧ

ବିବାଦୀୟ ଅଡିଓ ଭାଇରାଲ ମାମଲାରେ ଦୁଇ ଗିରଫ

ଭୁବନେଶ୍ୱର : କୋଭିଡ୍ ହସ୍ପିଟାଲ୍ ସମ୍ପର୍କରେ ଫୋନ୍‌ରେ କଥା ହେଉଥିବା ଦୁଇ ବନ୍ଧୁଙ୍କ ଅଡିଓ ଭାଇରାଲ ଘଟଣାରେ ଦୁଇଜଣଙ୍କୁ ଆଜି କମିସନରେଟ୍‌ ପୋଲିସ ଗିରଫ କରିଛି। ଗିରଫ ବ୍ୟକ୍ତିଦ୍ୱୟ ହେଲେ ବିଶ୍ଵଜିତ ମହାନ୍ତି ଓ ଲକ୍ଷ୍ମୀକାନ୍ତ ବେହେରା। ପୂର୍ବରୁ ଦୁଇ ବନ୍ଧୁଙ୍କ ଏହି କଥୋପକଥନକୁ ପ୍ରସାରଣ କରିଥିବା ଏକ ବୈଦ୍ୟୁତିକ ଗଣମାଧ୍ୟମ ସଂସ୍ଥା ବିରୋଧରେ ମଧ୍ୟ କ୍ୟାପିଟାଲ ଥାନାରେ ମାମଲା ହୋଇଛି।

ମତାମତ ଦିଅନ୍ତୁ ।

Back to top button