ବିବାହ ବାର୍ଷିକୀରେ ବୃକ୍ଷରୋପଣ ଓ ମାସ୍କ ବଣ୍ଟନ

ଭୁବନେଶ୍ଵର: ମହାବୀର ମଲ୍ଟି ଜିମର ପ୍ରତିଷ୍ଠାତା ତଥା ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ଉପସଭାପତି ଅକ୍ଷୟ କୁମାର ସ୍ଵାଇଁ ଓ ଲକ୍ଷ୍ମୀପ୍ରିୟା ସାହୁଙ୍କ ୪ର୍ଥ ବିବାହ ବାର୍ଷିକ ଉପଲକ୍ଷେ ୱାର୍ଡ ନମ୍ବର ୫, ସତ୍ୟବିହାର ଶିବମନ୍ଦିର ପରିସରରେ ୨୦ଟି ବୃକ୍ଷରୋପଣ କରାଯିବା ସହିତ କରୋନା ସଚେତନତା କାର୍ଯ୍ୟକ୍ରମ କରାଯାଇ ୧୦୦ରୁ ଊର୍ଦ୍ଧ୍ଵ ଲୋକଙ୍କୁ ମାସ୍କ୍ ଓ ସାନିଟାଇଜର ବଣ୍ଟନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ମଞ୍ଚେଶ୍ୱର୍ ଥାନା ସବ୍ଇନ୍ସପେକ୍ଟର୍ ଷ୍ଟାଲିନ୍ ବିଶ୍ଵାଳ, ସାମ୍ବାଦିକ ତାପସ ଦାସ, କମଳାକାନ୍ତ ରାଉତରାୟ, ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଟତା ପ୍ରକାଶ ତ୍ରିପାଠୀ, ନଟବର ବେହେରା, ବିଜୟ ମହାକୁଡ, ଅଶ୍ଵିନୀ ତ୍ରିପାଠୀ, ଜ୍ଞାନ ମହାନ୍ତି, ଇନ୍ଦୁମତି ସାହୁ, ନିରୂପମା ଦାସ, ପୂଜାରାଣୀ ରାଉତ, ସୌମ୍ୟ ରଞ୍ଜନ ପ୍ରଧାନ, ସର୍ବଜିତ୍ ସାହୁ, ଦେବାଶିଷ ଗଣ୍ଠିଆ, ମନୋରମା ପାତ୍ର, ଇଶା ମହାନ୍ତି, ସୁଚିତ୍ରା ବେହେରା, ସ୍ନେହଲତା ମୁଦୁଲି, ପୁଷ୍ପଲତା ରାଉଳ, ଦ୍ରୌପଦୀ ଦେବୀ ପ୍ରମୁଖ ଯୋଗଦାନ କରିଥିଲେ।

ମତାମତ ଦିଅନ୍ତୁ ।