ବିବାହ ଉତ୍ସବରେ ଯୋଗଦେଇଥିବା ୮୭ ଜଣଙ୍କୁ କରୋନା

ତେଲେଙ୍ଗାନା : ଦେଶରେ କରୋନାର ଦ୍ଵିତୀୟ ଲହର ଚାଲିଛି। ବଢୁଛି ସଂକ୍ରମିତଙ୍କ ସଂଖ୍ୟା। ଏଭଳି ପରିସ୍ଥିତିରେ ତେଲେଙ୍ଗାନର ନିଜାମବାଦର ଏକ ବିବାହ ଉତ୍ସବରେ ଯୋଗ ଦେଇଥିବା ୮୭ ଜଣ ବନ୍ଧୁବାନ୍ଧବ କରୋନା ସଂକ୍ରମିତ ହୋଇଥିବା ବୋଲି ଜଣାପଡ଼ିଛନ୍ତି।

ଖବର ଅନୁଯାୟୀ ନିଜାମବାଦର ବାହାଘର ଭୋଜିରେ ପ୍ରାୟ ୩୭୦ରୁ ଅଧିକ ଲୋକ ସାମିଲ ହୋଇଥିଲେ। ଏହାପରେ କିଛିଲୋକଙ୍କ ଶରୀରରେ କରୋନା ଲକ୍ଷଣ ଦେଖା ଦେବାରୁ ସେମାନେ କୋଭିଡ-୧୯ ପରୀକ୍ଷା କରାଇଥିଲେ। ୮୭ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି।ସେମାନଙ୍କୁ ଆଇସୋଲେସନରେ ରଖାଯାଇଥିବା ବେଳେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କରୋନା ପରୀକ୍ଷା କରାଇନେବାକୁ କୁହାଯାଇଛି।

କେବଳ ସେତିକି ନୁହେଁ ଏହି ବିବାହ ଉତ୍ସବରେ ସାମିଲ ହୋଇଥିବା ଅନ୍ୟ ଏକ ଗାଁ ଲୋକଙ୍କର କରୋନା ପରୀକ୍ଷା କରାଯାଇଥିଲା। ସେମାନେ କରୋନା ସଂକ୍ରମିତ ଥିବା ଜଣାପଡ଼ିଛି। ସଂକ୍ରମିତଙ୍କୁ ଚିକିତ୍ସା ପାଇଁ ସରକାରୀ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button