ବିଦେଶୀ ଗାଈ କ୍ଷୀର ପିଇ ମୋଟା ହୋଇଯିବାରୁ ମହିଳାମାନେ ପିଲା କାଖେଇ ପାରୁନାହାନ୍ତି

0

ନୂଆଦିଲ୍ଲୀ : ତାମିଲନାଡୁର ନିର୍ବାଚନ ପ୍ରଚାର ବେଳେ ଡିଏମକେ ନେତା ଦିଣ୍ଡିଗୁଲ ଲିଓନି ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ବିଦେଶୀ ଗାଈ କ୍ଷୀର ପିଇବା ଯୋଗୁ ମହିଳାମାନେ ମୋଟା ହୋଇଯାଉଛନ୍ତି। ସେମାନେ ପିଲାମାନଙ୍କୁ କାଖେଇ ପାରୁନାହାନ୍ତି।

କେବଳ ସେତିକି ନୁହେଁ ନିର୍ବାଚନ ପ୍ରଚାର ସମୟରେ ଦିଣ୍ଡିଗୁଲ ଲିଓନି ମହିଳାମାନଙ୍କୁ ଗାଈ ସହିତ ତୁଳନା କରିବା ସହିତ ବିଦେଶୀ ଗାଈ କ୍ଷୀର ପିଇବା ହେତୁ ମହିଳାମାନେ ମୋଟା ହୋଇଯାଉଛନ୍ତି ବୋଲି କହିଥିଲେ। ତାଙ୍କ ଭାଷଣର ଏକ ଭିଡିଓ କ୍ଲିପ ସୋସିଆଲ ମିଡିଆରେ ଭାଇରାଲ ହେବାରୁ ଅସନ୍ତୋଷ ପ୍ରକାଶ ପାଇଛି।

ଦିଣ୍ଡିଗୁଲ ଲିଓନି କହିଛନ୍ତି ମହିଳାମାନେ ସେମାନଙ୍କର ଆକୃତି ହରାଇ “ବ୍ୟାରେଲ‘’ ପରି ଦେଖାଯାଉଛନ୍ତି। ବର୍ତ୍ତମାନ ମହିଳାମାନେ ବିଦେଶୀ ଗାଈମାନଙ୍କର କ୍ଷୀର ପିଉଛନ୍ତି। ସେଥିପାଇଁ ତାଙ୍କ ଶରୀରର ଓଜନ ବୃଦ୍ଧି ପାଉଛି। ପୂର୍ବରୁ ମହିଳାମାନଙ୍କ ଶରୀର ଆକୃତି ଇଂରାଜୀ ଅକ୍ଷର ‘୮’ ଭଳି ଥିଲା। ସେହି ସମୟରେ ସେମାନେ ପିଲାମାନଙ୍କୁ ସହଜରେ କାଖେଇ ପାରୁଥିଲେ। କିନ୍ତୁ ଏବେ ସେମାନେ ଏକ ବ୍ୟାରେଲ ପରି ହୋଇଗଲେଣି। ଯେଉଁଥିପାଇଁ ନିଜ ପିଲାମାନଙ୍କୁ କାଖେଇବାରେ ସେମାନଙ୍କୁ ଅସୁବିଧା ହେଉଛି।

ପୂର୍ବରୁ ମହିଳାମାନଙ୍କ ବିଷୟରେ ଅରୁଚିକର ମନ୍ତବ୍ୟ ଦେଇ ଦିଣ୍ଡିଗୁଲ ଲିଓନି ସବୁବେଳେ ସମାଲୋଚିତ ହୋଇଛନ୍ତି। କିନ୍ତୁ ଏଥର ସେ ମହିଳାମାନଙ୍କ ଆକୃତି ଓ ଓଜନକୁ ନେଇ କରିଥିବା ପରିହାସ ସବୁ ସୀମା ଟପି ଯାଇଥିବା କୁହାଯାଉଛି।

Leave A Reply

Your email address will not be published.