ବିଧାନସଭା ପରିସରରେ ପର୍ଯ୍ୟଟନ ନିଗମ ଶାଖା ଖୋଲିବା ପାଇଁ ବୈଠକ

ଭୁବରନଶ୍ୱର : ଓଡିଶା ବିଧାନସଭା ସଚ୍ଚିବାଳୟ ପରିସରରେ ଓଡିଶା ପର୍ଯ୍ୟଟନ ନିଗମର ଏକ ଶାଖା ଖୋଲିବା ସମ୍ପର୍କିତ ବୈଠକ ବାଚସ୍ପତଙ୍କି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।

ଗୁରୁବାର ବାଚସ୍ପତି ଡ଼ଃ. ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏନେଇ ଅରଲାଚନା ହୋଇଥିଲା । ବଧାନସଭା ସଭ୍ୟ, ବିଧାନସଭା ସଚିବାଳୟ କର୍ମଚାରୀ, ସଚିବାଳୟସ୍ଥ ବ୍ୟାଙ୍କ୍, ଟ୍ରେଜେରୀ କର୍ମଚାରୀ ଓ ବିଧାନସଭାକୁ ଆସୁଥିବା ଆଗନ୍ତୁକମାନଙ୍କୁ ଉନ୍ନତମାନର ଖାଦ୍ୟ ଯୋଗାଣ ପାଇଁ ଓଡଶିା ପର୍ଯ୍ୟଟନ ନଗିମ ତରଫରୁ ଏକ କ୍ୟାଣ୍ଟିନ ଖୋଲିବା ପ୍ରସ୍ତାବରେ ନିଗମ କର୍ତ୍ତୃପକ୍ଷ ସକାରାତ୍ମକ ଦୃଷ୍ଟିଭଙ୍ଗୀ ରଖିଥିବା ପ୍ରକାଶ କରିଥିଲେ। ଉପଯୁକ୍ତ ଭିତ୍ତିଭୂମି, କର୍ମଚାରୀଙ୍କ ଦରମା ଇତ୍ୟାଦି ବିଧାନସଭା ସଚ୍ଚବିାଳୟ ତରଫରୁ ଯୋଗାଇଦେଲେ ନଗିମ ତରଫରୁ କ୍ୟାଣ୍ଟିନ ଖୋଲିବାରେ କୌଣସି ବାଧା ରହିବ ନାହିଁ ବୈଠକରେ ମତ ପ୍ରକାଶ ପାଇଥିଲା।

ଏହି ବୈଠକରର ପର୍ଯ୍ୟଟନ ବିଭାଗ ପ୍ରମୁଖ ଶାସନ ସଚବି ବଶିାଳ ଦେବ, ପର୍ଯ୍ୟଟନ ନିର୍ଦ୍ଦେଶକ ତଥା ପର୍ଯ୍ୟଟନ ଉନ୍ନୟନ ନଗିମ ପରିଚାଳନା ନିର୍ଦ୍ଦେଶକ ସଚିନ ଯାଦବ, ବିଧାନସଭା ସଚିବ ଦାଶରଥୀ ଶତପଥୀ, ଉପଶାସନ ସଚିବ ଶିଶିରକାନ୍ତ ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *

Back to top button