ବିଧାୟକ ସୁଶାନ୍ତ କୁମାର ରାଉତ ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି

ଭୁବନେଶ୍ୱର : ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଓ କାର୍ଯ୍ୟକାରୀ ସଭାପତି ଭାବେ ବିରଂଚି ନାରାୟଣ ସୁପକାରଙ୍କୁ ନିଯୁକ୍ତି ମିଳିଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିଯୁକ୍ତି ଦେଇଛନ୍ତି।

ସୂଚନାଯୋଗ୍ୟ ଚଳିତବର୍ଷ ଫେବୃୟାରୀ ୨୧ ତାରିଖରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ଭାବେ ନିଯୁକ୍ତି ମିଳିଥିଲା। କିନ୍ତୁ ଜୁଲାଇ ୧୬ତାରିଖରେ ଦଳ ପକ୍ଷରୁ ଜାରି ସାଧାରଣ ସମ୍ପାଦକ ତାଲିକାରେ ତାଙ୍କୁ ସାମିଲ କରାଯାଇଥିଲା। ଦଳୀୟ ନିୟମ ଅନୁସାରେ ସାଧାରଣ ସମ୍ପାଦକ ପଦବୀରେ କୌଣସି ଜିଲ୍ଲା ସଭାପତି ରହିପାରିବେ ନାହିଁ। ତେଣୁ ଆଜି ଦଳ ପକ୍ଷରୁ ସୁଶାନ୍ତଙ୍କୁ ସଭାପତି ଓ ବିରଂଚି(ଲିଟୁ)ଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି।

ମତାମତ ଦିଅନ୍ତୁ ।