ବିଏସଏନଏଲର ନୂଆ ପ୍ଲାନ୍: ୮୦ ଦିନର ବୈଧତା ସହ ଦିନକୁ ୧ ଜିବି ଡାଟା

ନୂଆଦିଲ୍ଲୀ : ସରକାରୀ ଟେଲିକମ୍ କମ୍ପାନୀ ଭାରତୀୟ ସଞ୍ଚାର ନିଗମ ବା ବିଏସ୍ଏନ୍ଏଲ୍ ଗ୍ରାହକଙ୍କ ପାଇଁ ୩୯୯ ଟଙ୍କାର ରିଚାର୍ଜ ପ୍ଲାନ୍ ଆରମ୍ଭ କରିଛି। ଏହି ପ୍ଲାନରେ ଗ୍ରାହକଙ୍କୁ ପ୍ରତିଦିନ ୧ ଜିବି ଡାଟା ସହିତ କଲିଂ ସୁବିଧା ମିଳିବ। ଆଜିଠାରୁ ଏହି ପ୍ଲାନ୍ ଚେନ୍ନାଇ ଓ ତାମିଲନାଡୁ ସର୍କଲରେ ଉପଲବ୍ଧ ହେବ।

ଉପଭୋକ୍ତାମାନଙ୍କୁ ଏହି ପ୍ଲାନ୍ ରେ ମିଳିବ ଯେକୌଣସି ନେଟୱାର୍କରେ ଅସୀମିତ କଲିଂ (ଦିନକୁ ୨୫୦ ଆଉଟଗୋଇଂ ମିନିଟ୍) ଓ ପ୍ରତିଦିନ ୧ ଜିବି ଡାଟା ସହିତ ୧୦୦ଟି ଏସଏମଏସ। ଦୈନିକ ଲିମିଟ୍ ଶେଷ ହେବା ପରେ ଗ୍ରାହକମାନଙ୍କୁ ଅତିରିକ୍ତ ଚାର୍ଜ ଦେବାକୁ ପଡିବ। ଏହାଛଡା ବିଏସ୍ଏନ୍ଏଲ୍ ଟ୍ୟୁନ୍ ଓ ଲୋକଧୁନ୍ ବିଷୟବସ୍ତୁର ସବସ୍କ୍ରିପସନ ମଧ୍ୟ ଉପଭୋକ୍ତା ମାଗଣାରେ ପାଇବେ। ପ୍ଲାନର ବୈଧତା ୮୦ ଦିନ ରହିଛି।

ସେହିପରି ବିଏସ୍ଏନ୍ଏଲର ୩୬୫ ଟଙ୍କା ପ୍ଲାନରେ ଏବେ ଗ୍ରାହକମାନେ ପ୍ରତିଦିନ ୨ ଜିବି ଡାଟା ପାଉଛନ୍ତି। ଦିନକୁ ୨୫୦ ମିନିଟ୍ ପର୍ଯ୍ୟନ୍ତ ଯେକୌଣସି ନେଟୱାର୍କରେ ଅସୀମିତ କଲିଂ ସୁବିଧା ସହିତ ଗ୍ରାହକମାନେ ପ୍ଲାନ୍ ସହିତ ବ୍ୟକ୍ତିଗତ ରିଙ୍ଗ ବ୍ୟାଙ୍କ ଟୋନ୍ ସବସ୍କ୍ରିପସନ୍ ମାଗଣାରେ ପାଇବେ।

ମତାମତ ଦିଅନ୍ତୁ ।