ବିଏସଏନଏଲର ନୂଆ ପ୍ଲାନରେ ମିଳିବ ହାଇସ୍ପିଡ ୩୩୦୦ ଜିବି ଡାଟା

ନୂଆଦିଲ୍ଲୀ : ଭାରତ ସଂଚାର ନିଗମ ଲିମିଟେଡ ବା ବିଏସଏନଏଲ ଗ୍ରାହକଙ୍କ ପାଇଁ ହାଇସ୍ପିଡ୍ ଇଣ୍ଟରନେଟ୍ ପ୍ରଦାନ କରୁଥିବା ୫୯୯ ଟଙ୍କାର ଏକ ନୂଆ ପ୍ଲାନ୍ ଲଞ୍ଚ୍ କରିଛି। ଏହି ବ୍ରଡ୍ ବ୍ରାଣ୍ଡ୍ ପ୍ଲାନର ନାଁ ଫାଇବର୍ ବେସିକ୍ ପ୍ଲସ୍। ବିଏସଏନଏଲର ଏହି ବ୍ରଡବ୍ରାଣ୍ଡ୍ ପ୍ଲାନ୍ ଏୟାରଟେଲର ୪୯୯ ଟଙ୍କା ଏକ୍ସଟ୍ରିମ୍ ଫାଇବର୍ ପ୍ଲାନକୁ ଟକ୍କର ଦେବ।

ବିଏସଏନଏଲର ନୂଆ ପ୍ଲାନରେ ୬୦ ଏମବିପିଏସ ସ୍ପିଡରେ ୩୩୦୦ ଜିବି ଡାଟା ମିଳିବ। ଏହାକୁ କମ୍ପାନୀ ଅନଲିମିଟେଡ୍ ଡାଟା ବେନିଫିଟ୍ ପ୍ଲାନ୍ ଭାବେ ପ୍ରମୋଟ କରୁଛି। ଡାଟା ଲିମିଟ୍ ଶେଷ ହେବା ପରେ ପ୍ଲାନରେ ମିଳୁଥିବା ଇଣ୍ଡରନେଟ୍ ସ୍ପିଡ୍ ୨ ଏମବିପିଏସକୁ ଖସି ଆସିବ। ଏହି ପ୍ଲାନରେ ୟୁଜରଙ୍କୁ ଦେଶରେ ଯେ କୌଣସି ନେଟଓ୍ୱର୍କକୁ ୨୪ ଘଣ୍ଟାର ଅନଲିମିଟେଡ୍ କଲ୍ ବେନିଫିଟ୍ ମିଳିବ। ଏଥିସହିତ ଫ୍ରି ଓଟିଟି ସବସ୍କ୍ରିପସନ୍ ମିଳିବ ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ।

ସେହିପରି କମ୍ପାନୀ ୪୪୯ ଟଙ୍କାର ଫାଇବର ବେସିକ୍ ପ୍ଲାନକୁ ରିଭାଇଜ୍ କରୁଛି। ଆଣ୍ଡାମନ-ନିକୋବର ବ୍ୟତୀତ ଏହି ପ୍ଲାନକୁ ସମସ୍ତ ସହରରେ ଉପଲବ୍ଧ କରାଯାଇଛି। ଆରମ୍ଭରେ କମ୍ପାନୀ କିଛି ନିର୍ଦ୍ଦିଷ୍ଟ ସହରରେ ପ୍ଲାନକୁ ଉପଲବ୍ଧ କରିଥିଲା। ଯେଉଁଥିରେ ୩୦ ଏମବିପିଏସ ସ୍ପିଡରେ ୩୩୦ ଜିବି ଡାଟା ମିଳିଥାଏ।

ମତାମତ ଦିଅନ୍ତୁ ।