ବିଗ୍‌ବସ୍-୧୪ ଅଫରକୁ ତେଜସ୍ବି ପ୍ରକାଶଙ୍କ ପ୍ରତ୍ୟାଖ୍ୟାନ

ମୁମ୍ବାଇ : ବିଗ୍ ବସ୍-୧୪କୁ ଗତ ସିଜନ ଭଳି ରୋମାଞ୍ଚକର ଏବଂ ଚିତ୍ତାକର୍ଷକ କରିବା ପାଇଁ ନିର୍ମାତାମାନେ ପ୍ରତିଯୋଗୀମାନଙ୍କୁ ଖୋଜୁଛନ୍ତି। ଯେଉଁମାନେ ଶୋ’ର ଟିଆରପି ବୃଦ୍ଧି କରିପାରିବେ ସେହିଭଳି ପ୍ରତିଯୋଗୀମାନଙ୍କୁ ଖୋଜା ଚାଲିଛି । ତେବେ ଏସବୁ ଭିତରେ ଖତରୋଁ କେ ଖିଲାଡ଼ିର ୧୦ ନମ୍ବର ପ୍ରତିଯୋଗୀ ତେଜସ୍ବି ପ୍ରକାଶ ଚର୍ଚ୍ଚାରେ ଥିଲେ। ଶୋ’ରେ ତାଙ୍କର ମଜାଳିଆ, ଚୁଲବୁଲା ଏବଂ ବବଲି ନେଚର ଦର୍ଶକଙ୍କୁ ବହୁତ ମନୋରଞ୍ଜନ କରୁଥିଲା। ଏହା ବ୍ୟତୀତ ସେ ନିଜ ଜୀବନକୁ ବାଜି ଲଗାଇ ସମସ୍ତ ଟାସ୍କ ପୂରା କରୁଥିଲେ। ତାଙ୍କର ଏହି ଯୋଗ୍ୟତା ବିଗ୍ ବସ୍ ପାଇଁ ଉପଯୁକ୍ତ ପ୍ରାର୍ଥୀ ବୋଲି କୁହାଯାଉଛି। 

ପ୍ରଶଂସକମାନେ ବିଗ୍ ବସ୍ ୧୪ରେ ତେଜସ୍ୱୀ ପ୍ରକାଶଙ୍କୁ ଦେଖିବାକୁ ଚାହାଁନ୍ତି । କିନ୍ତୁ ତେଜସ୍ୱୀ ବର୍ତ୍ତମାନ ବିଗ୍ ବସ୍ ପରି ଏକ ରିଏଲିଟି ସୋ କରିବାକୁ ଚାହୁଁନାହାଁନ୍ତି। ତେଜସ୍ୱୀ କହିଛନ୍ତି ଯେ ତାଙ୍କୁ ବିଗ୍ ବସ୍ ପାଇଁ ଯୋଗାଯୋଗ କରାଯାଇଥିଲା କିନ୍ତୁ ସେ ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏକ ସାକ୍ଷାତକାରରେ ତେଜସ୍ୱୀଙ୍କୁ ବିଗ୍ ବସ୍ ୧୪କୁ ଆସିବା ବିଷୟରେ ପ୍ରଶ୍ନ କରାଯାଇଥିଲା।  ସେ କହିଛନ୍ତି ମୁଁ ବିଗ୍ ବସ୍ ଠାରୁ ଅନେକ ଥର ଅଫର୍ ପାଇଛି । ଯେତେବେଳେ ମୁଁ ସିରିଏଲ ସ୍ୱରାଗିନି କରୁଥିଲି ସେତେବେଳେ ମୋ ପାଖକୁ ପ୍ରଥମ ବିଗ୍‌ ବସ୍‌ ତରଫରୁ ଅଫର ଆସିଥିଲା ​​| ଏହି ବର୍ଷ ମଧ୍ୟ ମୁଁ ଶୋ ପାଇଁ ଏକ ଅଫର୍ ପାଇଲି, କିନ୍ତୁ ବର୍ତ୍ତମାନ ମୁଁ ଏକ ଫିକ୍ସନ୍‌ ଶୋ କରିବାକୁ ଚାହୁଁଛି । ଆପଣ ଯାହା କରିବାକୁ ଏଠାକୁ ଆସିଛନ୍ତି ତାହା କରିବା ଉଚିତ୍ ଏବଂ ତାହା ହେଉଛି ଅଭିନୟ । ପ୍ରଥମେ ମୁଁ ଜଣେ ଅଭିନେତ୍ରୀ । 

ତେଜସ୍ୱୀଙ୍କ ଖତରୋଁ କେ ଖିଲାଡ଼ିର ଯାତ୍ରା ସମସ୍ତଙ୍କୁ ପ୍ରଭାବିତ କରିଛି । ତେଜସ୍ୱୀ ଏପର୍ଯ୍ୟନ୍ତ ଅଧିକାଂଶ ଷ୍ଟଣ୍ଟ ଜିତିଛନ୍ତି। ସେ ବହୁତ ସାହସୀ । ଷ୍ଟଣ୍ଟ ସମୟରେ ସେ କୌଣସି ବିପଦକୁ ଭୟ କରନ୍ତି ନାହିଁ । ପୂର୍ବ ଷ୍ଟଣ୍ଟ ସମୟରେ ତେଜସ୍ୱୀଙ୍କ ଆଖିରେ ଆଘାତ ଲାଗିଥିଲା। ଯାହାର ଫଟୋ ସେ ସୋସିଆଲ ମିଡିଆରେ ସେୟାର କରିଥିଲେ। ଏହି ଘଟଣା ପରେ ତେଜସ୍ୱୀ ବହୁତ ଡରି ଯାଇଥିଲେ। ପରବର୍ତ୍ତୀ ଷ୍ଟଣ୍ଟରେ ସେ ରୋହିତ ଶେଟ୍ଟୀଙ୍କୁ କହିଥିଲେ ସେ ଏହି ସୋକୁ ଆଗକୁ ଜାରି ରଖି ପାରିବେ ନାହିଁ। ଏହାପରେ ରୋହିତ ତେଜସ୍ୱୀଙ୍କୁ ବୁସ୍ଟ କରିଥିଲେ ଏବଂ ତାଙ୍କୁ ସୋ’ରେ ରହିବାକୁ ମନାଇଥିଲେ।

ମତାମତ ଦିଅନ୍ତୁ ।