ବିହାର କଂଗ୍ରେସ ବିଧାୟକଦଳ ବୈଠକରେ ହତାହାତି

ପାଟନା : ବିହାର କଂଗ୍ରେସ ବିଧାୟକଙ୍କ ମଧ୍ୟରେ ସାମାନ୍ୟ କଥାକୁ ନେଇ ବଚସା ଓ ପରେ ହାତାହାତି ହୋଇଥିବା ସୂଚନା ମିଳୁଛି। ବିଧାୟକଦଳର ନେତା ଚୟନ ଲାଗି ଅନୁଷ୍ଠିତ ବୈଠକରେ ଏଭଳି ଘଟଣା ଘଟିଥିବା ଜଣାପଡିଛି।

ଖବର ଅନୁଯାୟୀ ବୈଠକ ଆରମ୍ଭ ହେବା ସମୟରେ ବିଧାୟକ ବିଜୟ ଶଙ୍କର ଦୁବେଙ୍କୁ କେହି ଚୋର କହିଦେଇଥିଲା। ଏହାକୁ ନେଇ ବିଧାୟକ ଦୁଇ ଭାଗରେ ବିଭକ୍ତ ହୋଇ ପରସ୍ପରକୁ ଆକ୍ରମଣ କରିଥିଲେ। ଫଳରେ ରଣକ୍ଷେତ୍ରରେ ପରିଣତ ହୋଇଥିଲା ବୈଠକ ସ୍ଥଳ। କିନ୍ତୁ କୁହାଯାଉଛି ବିଜୟ ଶଙ୍କର ଦୁବେ ଓ ସିଦ୍ଧାର୍ଥ ବୈଠକରେ ବିଧାୟକଦଳ ନେତାଙ୍କ ନାମ ପ୍ରସ୍ତାବ କରିବାର ଥିଲା। ଏହାକୁ ନେଇ ବିଧାୟକମାନେ ଦୁଇ ଗୋଷ୍ଠୀରେ ବିଭାଜିତ ହୋଇ ପରସ୍ପରକୁ ଆକ୍ରମଣ କରିଛନ୍ତି।

ଅନ୍ୟପକ୍ଷରେ ବିହାର ବିଧାନସଭା ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ଆଶାଜନକ ହୋଇପାରିନାହିଁ। ଅନେକ ପ୍ରର୍ଥୀ ହାରି ଯାଇଥିବାରୁ ନିର୍ବାଚନ ଫଳାଫଳ ଘୋଷଣା ପରଠାରୁ ଦଳରେ କନ୍ଦଳ ଲାଗି ରହିଛି। ବହୁ ନେତା ଦଳରେ ଟିକଟ୍‌ ବିକ୍ରି ହୋଇଥିବା ଅଭିଯୋଗ କରୁଛନ୍ତି। ନିର୍ବାଚନରେ କଂଗ୍ରେସର ୭୦ଟି ପ୍ରତିଦ୍ଵନ୍ଦ୍ଵିତା କରିଥିଲେ ହେଁ ମାତ୍ର ୧୭ ଜଣ ଜିତିଛନ୍ତି। ସେଥିପାଇଁ ଦଳର ବରିଷ୍ଠ ନେତା ତାରିକ ଅନୱର କହିଥିଲେ ରାଜ୍ୟରେ କଂଗ୍ରେସର ନେତୃତ୍ୱ ପରିବର୍ତ୍ତନ ଜରୁରି।

ମତାମତ ଦିଅନ୍ତୁ ।