ବିହାର ପୋଲିସ ଅଧିକାରୀଙ୍କୁ ବାଧ୍ୟତାମୂଳକ ସଙ୍ଗରୋଧ କରିବା ଭଲ ସଙ୍କେତ ନୁହେଁ: ସୁପ୍ରିମକୋର୍ଟ

ମୁମ୍ବାଇ : ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ଯାଞ୍ଚ କରୁଥିବା ଟିମର ନେତୃତ୍ୱ ନେବାକୁ ପାଟନା ଏସପି ବିନୟ ତିୱାରୀଙ୍କୁ ମୁମ୍ବାଇ ପଠାଯାଇଥିଲା। ରବିବାର ସେ ମୁମ୍ବାଇରେ ପହଞ୍ଚିବା ପରେ ତଦନ୍ତରେ ସାହାଯ୍ୟ କରିବା ପରିବର୍ତ୍ତେ ତାଙ୍କୁ ବାଧ୍ୟତାମୂଳକ ଭାବେ ସଙ୍ଗରୋଧରେ ରଖାଯାଇଥିଲା। ଉପରେ ମନ୍ତବ୍ୟ ରଖିଛନ୍ତି ସୁପ୍ରିମକୋର୍ଟ। ଆଉ କହିଛନ୍ତି ମୁମ୍ବାଇ ପୋଲିସର ଭଲ ବୃତ୍ତିଗତ ପ୍ରତିଷ୍ଠା ରହିଛି। କିନ୍ତୁ ବିହାର ପୋଲିସ ଅଧିକାରୀଙ୍କୁ ବାଧ୍ୟତାମୂଳକ ସଙ୍ଗରୋଧ କରିବା ଖବର ଭଲ ସଙ୍କେତ ନୁହେଁ। ବିହାରର ରାଜଧାନୀ ପାଟନାରେ ପଞ୍ଜିକୃତ ମାମଲାକୁ ମୁମ୍ବାଇକୁ ସ୍ଥାନାନ୍ତର କରିବା ପାଇଁ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଏକ ପିଟିସନର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏଭଳି ମନ୍ତବ୍ୟ ଦେଇଛନ୍ତି। ଆସନ୍ତା ସପ୍ତାହରେ ଏହି ମାମଲାର ଶୁଣାଣି ହେବ।

ମତାମତ ଦିଅନ୍ତୁ ।