ବିବାଦୀୟ ମନ୍ତବ୍ୟ ପାଇଁ ବିଜେପି ନେତାଙ୍କୁ ନୋଟିସ

ଭୋପାଳ : ମଧ୍ୟ ପ୍ରଦେଶରେ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ବିଜେପି ନେତା କୈଳାଶ ବିଜୟବର୍ଗୀୟା। ସେ କଂଗ୍ରେସ ନେତା ଦିଗବିଜୟ ସିଂ ଓ କମଲନାଥଙ୍କ ପ୍ରତି ବିଜୟ ଚୁନ୍ନୁ-ମୁନ୍ନୁ ଆକ୍ଷେପ କରିଥିଲେ। ଏହାକୁ ନିର୍ବାଚନ ଆଦର୍ଶ ଆଚରଣ ବିଧିର ଉଲଙ୍ଘନ ବୋଲି ନିର୍ବାଚନ କମିଶନ କହିଛନ୍ତି।

ନିର୍ବାଚନ କମିଶନ କହିଛନ୍ତି ବିଜେପିର ଜଣେ ବରିଷ୍ଠ ନେତା ଏପରି ଶବ୍ଦ ବ୍ୟବହାର କରିବା ଅନୁଚିତ। ନିର୍ବାଚନ ଆଚରଣ ବିଧିର ଉଲଙ୍ଘନ ଯୋଗୁ ଗତ ୨୬ ତାରିଖରେ ବିଜୟଙ୍କୁ ନୋଟିସ ଜାରି ସହିତ ୪୮ ଘଣ୍ଟା ମଧ୍ୟରେ ଉତ୍ତର ରଖିବାକୁ କୁହାଯାଇଥିଲା।

ସୂଚନାଯୋଗ୍ୟ କୈଳାଶ ବିଜୟବର୍ଗୀୟା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଓ ରାଜ୍ୟସଭା ସାଂସଦ ଦିଗବିଜୟ ସିଂଙ୍କୁ କଟାକ୍ଷ କରି କହିଥିଲେ ଏ ଦୁଇ ନେତା ଚୁନ୍ନୁ-ମୁନ୍ନୁ। ଯେତେବେଳେ ବିଧାନସଭା ନିର୍ବାଚନ ହୁଏ ଏହି ନେତାଙ୍କ ସଭାରେ ମାତ୍ର ୫୦ରୁ ୧୦୦ ଲୋକ ଏକାଠି ହୁଅନ୍ତି।

ମତାମତ ଦିଅନ୍ତୁ ।