Breaking Newsଦେଶ-ବିଦେଶ

ବିଜେପି ନେତାଙ୍କୁ ଚା’ ପିଇବାକୁ ଡାକିଲେ ପ୍ରିୟଙ୍କା

ନୂଆଦିଲ୍ଲୀ : କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ୧୯୯୭ ମସିହାରୁ ରହୁଥିବା ୩୫ ଲୋଧି ଇଷ୍ଟେଟ ସରକାରୀ ବଙ୍ଗଳା ଛାଡିବେ। ଏହା ପୂର୍ବରୁ ସେ ବିଜେପି ନେତା ଅନୀଲ ବାଲଉନି ଓ ତାଙ୍କ ପତ୍ନୀଙ୍କୁ ଚା’ ପିଇବାକୁ ନିମନ୍ତ୍ରଣ କରିଛନ୍ତି। ପ୍ରିୟଙ୍କାଙ୍କ ଏହି ଏବେ ଚର୍ଚ୍ଚାରେ ରହିଛି।

ଖବର ଅନୁଯାୟୀ ପ୍ରିୟଙ୍କାଙ୍କ ଠାରୁ ସରକାର ଏସପିଜି ସୁରକ୍ଷା ପ୍ରତ୍ୟାହାର କରି ନେବାପରେ ହାଉସିଂ ଓ ଅର୍ବାନ ବ୍ୟାପାର ମନ୍ତ୍ରଣାଳୟ ତାଙ୍କୁ ଅଗଷ୍ଟ ପହିଲା ସୁଦ୍ଧା ଘର ଖାଲି କରିବାକୁ ନୋଟିସ କରିଥିଲା। ପ୍ରିୟଙ୍କା ଘର ଖାଲି କଲେ ଏହି ସ୍ଥାନରେ ବିଜେପି ନେତା ଅନୀଲ ଓ ତାଙ୍କ ପରିବାରର ସଦସ୍ୟ ରହିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏବେ ଜଣାପଡିଛି ପ୍ରିୟଙ୍କା ଘର ଖାଲିକରି କିଛି ଦିନ ଗୁରୁଗ୍ରାମରେ ରହିବା ପରେ ଦିଲ୍ଲୀକୁ ଫେରିବେ। ଏହା ପୂର୍ବରୁ ସେ ଅନୀଲଙ୍କୁ ଚିଠି ଓ ଫୋନ ଯୋଗେ ଚା’ ପିଇବା ପାଇଁ ନିମନ୍ତ୍ରଣ କରିଥିବା ବେଳେ ଅନୀଲ ଏହାର କୌଣସି ଜବାବ ଦେଇନାହାନ୍ତି।

ମତାମତ ଦିଅନ୍ତୁ ।

Back to top button