ବିଜେପିର ମିଛପାଇଁ ଦେଶ ପରିଣାମ ଭୋଗୁଛି: ରାହୁଲ

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ବିଜେପିକୁ ଟାର୍ଗେଟ କରି ଟୁଇଟ୍ କରିଛନ୍ତି। ସେ କହିଛନ୍ତି ବିଜେପି ମିଛ କହୁଥିବାରୁ ଏହାର ପରିଣାମ ଏବେ ଦେଶବାସୀଙ୍କୁ ଭୋଗିବାକୁ ପଡୁଛି।

ରାହୁଲ ଅଭିଯୋଗ କରିଛନ୍ତି କରୋନା ଭାଇରସ୍ ପରୀକ୍ଷା ଉପରେ କଟକଣା ଲଗାଇବା ପରେ ମୃତକଙ୍କ ସଂଖ୍ୟା ଭୁଲ ଦର୍ଶାଯାଇଛି। ସେହିପରି ଦେଶର ଅଭିବୃଦ୍ଧି ହାର ଜିଡିପି ପାଇଁ ନୂତନ କାଲକୁଲସ୍ ପଦ୍ଧତି ବ୍ୟବହାର କରାଯାଉଥିବା ବେଳେ ଚୀନ୍ ଆକ୍ରମଣ ଉପରେ ଘଣ୍ଟ ଘୋଡ଼ାଇବାକୁ ଯାଇ ମିଡିଆକୁ ଧମକ ଦିଆଯାଇଛି। ଖୁବ୍ ଶୀଘ୍ର ଏହି ଦ୍ୱନ୍ଦ୍ୱ ଭଙ୍ଗାଯିବ ଏବଂ ଦେଶକୁ ଏଥିପାଇଁ ବହୁ ମୂଲ୍ୟ ଦେବାକୁ ହେବ ବୋଲି ସେ ମତ ଦେଇଛନ୍ତି।

ମତାମତ ଦିଅନ୍ତୁ ।