ବିଲରେ ଧାନ କାଟିଲେ ବିଧାୟକ ଓ ଶିକ୍ଷୟିତ୍ରୀ ପତ୍ନୀ

ଉମରକୋଟ : ରାଜନୀତି ସହିତ ଚାଷ କାର୍ଯ୍ୟ। ବିଧାୟକ ହୋଇ ଏପରି କରିବାକୁ ଅନେକ ପସନ୍ଦ କରିନଥାନ୍ତି। କିନ୍ତୁ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ। ଶିକ୍ଷୟିତ୍ରୀ ପତ୍ନୀଙ୍କ ସହିତ ଜମିରେ ଧାନ କାଟୁଥିବା ଦେଖିବାକୁ ମିଳିଛି।

ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଜଣେ ଚାଷୀ ପରିବାରରୁ ଆସିଛନ୍ତି। ପେଷାରେ ଜଣେ ଓକିଲ ହୋଇଥିଲେ ମଧ୍ୟ ତାଙ୍କର ଚାଷ କାମ ପ୍ରତି ଦୁର୍ବଳତା ରହିଛି। ନିତ୍ୟାନନ୍ଦ କହିଛନ୍ତି ଅନ୍ୟମାନଙ୍କ ସହ ଚାଷ କାର୍ଯ୍ୟରେ ସାହାଯ୍ୟ କଲେ ସେମାନଙ୍କ ମନୋବଳ ବୃଦ୍ଧି ପାଇବ ବୋଲି। ଲୋକେ ତାଙ୍କୁ ଜନପ୍ରତିନିଧି ଭାବେ ବାଛିଥିଲେ ମଧ୍ୟ ସେ କୌଳିକ ବୃତ୍ତି ଚାଷକୁ ଛାଡ଼ିପାରିବେ ନାହିଁ। କେବଳ ସେ ନୁହଁନ୍ତି ବିଧାୟକଙ୍କ ପତ୍ନୀ ମଧ୍ୟ ଧାନ କାଟୁଥିବା ଦେଖିବାକୁ ମିଳିଛି। ନିତ୍ୟାନନ୍ଦଙ୍କ ପତ୍ନୀ ପେଶାରେ ଜଣେ ଶିକ୍ଷୟିତ୍ରୀ। ବର୍ତ୍ତମାନ କୋରୋନା କାରଣରୁ ସ୍କୁଲ ଛୁଟି ଥିବାରୁ ସ୍ୱାମୀଙ୍କ ସହ ମିଶି ଚାଷ କାମରେ ସାହାଯ୍ୟ କରୁଥିବା କହିଛନ୍ତି।

ମତାମତ ଦିଅନ୍ତୁ ।