ବିନା ପରମିଟ୍ ଓ ଟ୍ୟାକ୍ସ ଫାଙ୍କିଥିବା ବସ୍ ଧରାପଡିଲା

ରାଉରକେଲା : ରାଉରକେଲାରୁ ବ୍ରହ୍ମପୁର ଚାଲୁଥିବା ‘ଉମାକାନ୍ତ’ ନାମକ ଘରୋଇ ବସ୍ ରାଉରକେଲା ଆରଟିଓ ଟିମ୍ ହାତରେ ଧରାପଡିଛି। ଏହି ବସ୍ ବିନା ପରମିଟରେ ଚାଲିଥିବା ବେଳେ ଗତ ନଭେମ୍ବରରୁ ଟ୍ୟାକ୍ସ ମଧ୍ୟ ଫାଙ୍କିଥିବା ଜଣାପଡିଛି।

ଖବର ଅନୁଯାୟୀ ଘରୋଇ ବସ୍ ‘ଉମାକାନ୍ତ’ ଗତ ରାତିରେ ରାଉରକେଲାରୁ ବାହାରି ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ଉଦିତନଗରରେ ରାଉରକେଲା ଆରଟିଓର ସ୍ଵତ‌ନ୍ତ୍ର ଟିମ୍ ବସକୁ ଜବତ କରିଛି। ଟ୍ୟାକ୍ସ ବାବଦକୁ ୨ ଲକ୍ଷ ୬୫୫ଟଙ୍କା ବାକିଥିବା ବେଳେ ୨ ଲକ୍ଷ ୧୨ ହଜାର ୧୫୫ଟଙ୍କା ଫାଇନ୍ ହୋଇଛି।

Leave a Reply

Your email address will not be published. Required fields are marked *

Back to top button