ବିନୋଦ କୁମାର ଯାଦବ ରେଲୱେ ବୋର୍ଡ ସିଇଓ

ନୂଆଦିଲ୍ଲୀ : ଭାରତୀୟ ରେଲୱେ ବୋର୍ଡ ପ୍ରଥମ ଚିଫ୍ ଏକଜିକ୍ୟୁଟିଭ୍ ଅଫିସର ବା ସିଇଓ ଭାବେ ବିନୋଦ କୁମାର ଯାଦବଙ୍କୁ ନିଯୁକ୍ତ ମିଳିଛି। ଏହାଛଡା ପ୍ରଦୀପ କୁମାର (ଇନଫ୍ରାଷ୍ଟ୍ରଚର) ପିସି ଶର୍ମା (ରୋଲିଂ ଷ୍ଟକ୍), ପିଏସ୍ ମିଶ୍ର (ଅପରେସନ୍ ଆଣ୍ଡ ବିଜନେସ୍ ଡେଭଲପମେଣ୍ଟ) ଓ ମଂଜୁଳା ରଙ୍ଗରାଜନଙ୍କୁ ଫାଇନାନ୍ସ ସଦସ୍ୟ କରାଯାଇଛି। ବୋର୍ଡ ପୁନର୍ଗଠନ ମଞ୍ଜୁରି ମିଳିବା ପରେ ରେଳବାଇ ବୋର୍ଡ ସଦସ୍ୟଙ୍କ ସଂଖ୍ୟା ୮ରୁ ୫କୁ ହ୍ରାସ କରାଯାଇଛି। ବିନୋଦ କୁମାର ଯାଦବ ୧୯୮୦ ବ୍ୟାଚର ଇଣ୍ଡିଆନ୍ ରେଲଓ୍ବେ ସଭିର୍ର୍ସ ଅଫ୍ ଇଲେକଟ୍ରିକାଲ ଇଞ୍ଜିନିୟର ଥିଲେ। ସିଇଓ ନିଯୁକ୍ତି ହେବା ପୂର୍ବରୁ ଜାନୁଆରୀ ୧ତାରିଖରେ ରେବାଇ ବୋର୍ଡର ଚେୟାରମ୍ୟାନ ଭାବେ ଦ୍ଵିତୀୟ ଥର ନିଯୁକ୍ତ କରାଯାଇଥିଲା। ସେ ୨୦୧୨ରେ ଲକ୍ଷ୍ମୌର ଡିଆରଏମ୍ ରହିଥିଲେ।

ମତାମତ ଦିଅନ୍ତୁ ।