ବିପିୟୁଟି ଅନଲାଇନ୍ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର : କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ରୋକିବା ପାଇଁ ଲକଡାଉନ କଟକଣା ଆଜିଠାରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଲାଗୁହେବ। ଏହାକୁ ଦୃଷ୍ଟିରେ ରଖି ବିପିୟୁଟିର ସମସ୍ତ ଅନଲାଇନ୍ ପରୀକ୍ଷାକୁ ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛି। ଏ ସମ୍ପର୍କରେ ଆଜି ବିପିୟୁଟି କୁଳପତି ପ୍ରଫେସର ଚିତ୍ତରଞ୍ଜନ ତ୍ରିପାଠୀ ସୂଚନା ଦେଇଛନ୍ତି। ସେ କହିଛନ୍ତି କରୋନା ପାଇଁ ରାଜ୍ୟର ୫ଟି ଜିଲ୍ଲାରେ ଲକଡାଉନ୍ ହୋଇଛି। ପିଲାମାନେ ପରୀକ୍ଷା ଦେବାରେ ସମସ୍ୟା ହେବ। ତେଣୁ ଏମବିଏ, ବିଟେକ, ବି-ଫାର୍ମା, ଇଣ୍ଟିଗ୍ରେଟେଡ୍ ଏମଏସସି, ଏମବିଏ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି।

ମତାମତ ଦିଅନ୍ତୁ ।