ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ

ରାଉରକେଲା : ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣାର ଆରମ୍ଭ କ୍ରାଇମବ୍ରାଞ୍ଚ ତଦନ୍ତ। କ୍ରାଇମବ୍ରାଞ୍ଚ ଟିମ୍ ସୁନ୍ଦରଗଡ଼ରେ ପହଞ୍ଚିଥିବା ବେଳେ ଘଟଣାରେ ସମ୍ପୃକ୍ତ ବହିଷ୍କୃତ ଥାନା ଅଧିକାରୀ ଓ ଡାକ୍ତରଙ୍କୁ ଜେରା କରିବ ବୋଲି ଜଣାପଡିଛି।

ସୂଚନାଯୋଗ୍ୟ ନାବଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣାରେ କ୍ରାଇମବ୍ରାଞ୍ଚ ଟିମ୍ ବୀରମିତ୍ରପୁର ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ପୂର୍ବୁର ଗିରଫ କରିଥିଲା। ସେହିପରି କାର୍ଯ୍ୟରେ ଅବହେଳା ଓ ବେଆଇନ କାମ ପାଇଁ ଆନନ୍ଦଙ୍କୁ ଡିଜିପି ଚାକିରିରୁ ବହିଷ୍କାର କରିଥିଲେ।

ମତାମତ ଦିଅନ୍ତୁ ।