ବିରୁଟ ବିସ୍ଫୋରଣରେ ୭୮ ମୃତ

ବିରୁଟ : ଲେବାନନର ରାଜଧାନୀ ବିରୁଟରେ ଭୟଙ୍କର ବିସ୍ଫୋରଣ ଯୋଗୁ ୭୮ ଜଣଙ୍କର ମୃତ୍ୟୁ ଘଟିଛି। ୪୦୦୦ରୁ ଅଧିକ ଆହତ ହୋଇଥିବା ବେଳେ ଅନେକ ନିଖୋଜ ରହିଛନ୍ତି। ତେଣୁ ମୃତାହତଙ୍କ ସଂଖ୍ୟା ବଢ଼ିବ ବୋଲି କୁହାଯାଉଛି। ବିସ୍ଫୋରଣର ତୀବ୍ରତା ଏତେ ଥିଲା ଯେ ପ୍ରାୟ ୨୫୦ କିଲୋମିଟର ଦୂରରେ ଥିବା ସାଇପ୍ରସ୍‌ର ରାଜଧାନୀ ନିକୋସିଆ ପର୍ଯ୍ୟନ୍ତ ବିସ୍ଫୋରଣ ଶବ୍ଦ ଶୁଣାଯାଇଥିଲା। ଏହି ବିସ୍ଫୋରଣ ଯୋଗୁ ଆଖପାଖର ଅନେକ ବଡ଼ ବଡ଼ ଅଟ୍ଟାଳିକା କ୍ଷତିଗ୍ରସ୍ତ ହୋଇଛି। ବନ୍ଦର ଅଞ୍ଚଳ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ବହୁଦୂରରେ ଥିବା ଘରଦ୍ୱାର, ଗାଡ଼ି ମୋଟର ଓ ରାସ୍ତାଘାଟ ଆଦି ନଷ୍ଟ ହୋଇଯାଇଛି। ଘଟଣାସ୍ଥଳ ଠାରୁ ଅନେକ କିଲୋମିଟର ପର୍ଯ୍ୟନ୍ତ ଲୋକଙ୍କ ଝରକା, କବାଟ ଭାଙ୍ଗି ଥିବା ଦେଖିବାକୁ ମିଳିଛି।

ମତାମତ ଦିଅନ୍ତୁ ।