ବିସ୍ଫୋରଣରେ ଟ୍ରେନ୍ ଲାଇନ୍ ଉଡାଇଲେ ମାଓବାଦୀ

ରାଉରକେଲା : ବିସ୍ଫୋରଣ କରି ଟ୍ରେନ ଲାଇନ ଉଡ଼ାଇ ଦେଲେ ମାଓବାଦୀ। ବିଳମ୍ବିତ ରାତିରେ ଓଡିଶା-ଝାଡ଼ଖଣ୍ଡ ସୀମା ଚକ୍ରଧରପୁର ଲୋଟା ପାହାଡ଼ ନିକଟରେ ମାଓବାଦୀମାନେ ଏହି ଘଟଣା ଘଟାଇଛନ୍ତି। ଫଳରେ ମୁମ୍ବାଇ-ହାୱଡ଼ା ଲାଇନରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଉଭୟ ପାର୍ଶ୍ୱରେ ବହୁ ଟ୍ରେନ୍‌ ଅଟକି ରହିବାରୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଖବର ଅନୁଯାୟୀ ଘଟଣାସ୍ଥଳରେ ଆରପିଏଫ, ଝାରଖଣ୍ଡ ପୋଲିସ ଓ ସିଆରପିଏଫ ଯବାନ ପହଞ୍ଚି ଆଖପାଖ ଜଙ୍ଗଲ ଅଞ୍ଚଳରେ କମ୍ବିଙ୍ଗ ଅପରେସନ ଚଳାଇଛନ୍ତି। ମାଓବାଦୀମାନେ ପ୍ରାୟ ୨ ମିଟର ପର୍ଯ୍ୟନ୍ତ ରେଳ ଧାରଣାକୁ ବିସ୍ଫୋରଣରେ ଉଡାଇ ଦେଇଥିବାରୁ ଏହାର ମରାମତି ଯୁଦ୍ଧ କାଳୀନ ଭିତ୍ତିରେ ଚାଲୁ ରହିଛି।

Leave a Reply

Your email address will not be published. Required fields are marked *

Back to top button