‘ବ୍ରା’ ପ୍ରଦର୍ଶନୀ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ ଜମୁଛି

ବିଶ୍ଵରେ ଅନେକ ସ୍ଥାନ ରହିଛି। ଯାହା ପର୍ଯ୍ୟଟକଙ୍କୁ ଆକ୍ରୁଷ୍ଟ କରେ। ସେହିପରି ବିଭିନ୍ନ ପ୍ରଦର୍ଶନୀରେ ଲୋକଙ୍କ ଗହଳି ହୁଏ। ଆବଶ୍ୟକୀୟ ଜିନିଷ କିଣିବା ଓ କେତେକ ଦେଖିବାକୁ ସେଠାକୁ ଯାଆନ୍ତି। କିନ୍ତୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ ନ୍ୟୁଜିଲ୍ୟାଣ୍ଡର କାର୍ଡ୍ରୋନା ସହର ‘ବ୍ରା’ ପ୍ରଦର୍ଶନୀ ପାଇଁ ପ୍ରସିଦ୍ଧ ହୋଇଛି। ଯାହା ପାଲଟି ଯାଇଛି ଆପେ ଆପେ ପର୍ଯ୍ୟଟନ ସ୍ଥଳ। ବିଦେଶୀ ପର୍ଯ୍ୟଟକଙ୍କୁ ମଧ୍ୟ ଏହା ଆକର୍ଷିତ କରୁଛି। ମହିଳାମାନେ ସେଠାକୁ ଯାଇ ଅତି ଉତ୍ସାହର ସହିତ ଫଟୋ କ୍ଲିକ୍ କରୁଛନ୍ତି। ଆଉ କଲେକସନ ପାଇଁ ନିଜ ବ୍ରା ଛାଡି ଆସୁଛନ୍ତି।

ନ୍ୟୁଜିଲ୍ୟାଣ୍ଡର ଏହି ସ୍ଥାନଟି ଏବେ ‘ବ୍ରା ଫେନ୍ସ’ ଭାବରେ ପ୍ରସିଦ୍ଧ ହୋଇଛି। ଦେଖିବା ପାଇଁ ଦେଶ ବିଦେଶର ହଜାର ହଜାର ଲୋକ ଆସୁଛନ୍ତି। ଏହି ସ୍ୱତନ୍ତ୍ରତା ଯୋଗୁ ଏକ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହୋଇଯାଇଛି। ଏହାର କାରଣ ସମ୍ପର୍କରେ କୁହାଯାଇଛି ସ୍ଥାନୀୟ ହୋଟେଲରେ ଚାଲିଥିବା ନୂଆବର୍ଷ ପାର୍ଟିରେ ଚାରିଜଣ ମହିଳା ଯୋଗଦେଇଥିଲେ। ସେଠାରୁ ଘରକୁ ଫେରୁଥିବା ବେଳେ ନିଜର ବ୍ରା କାଢି ଏକ ଚାଷ ଜମିର ବାଡ଼ରେ ବାନ୍ଧି ଦେଇଥିଲେ। ଏହା ଦେଖାଯିବା ପରେ ସ୍ଥାନଟି ଲାଇମଲାଇଟ୍ ଭିତରକୁ ଆସିଥିଲା। ତା’ପରେ ସେହି ବାଡ଼ରେ ବ୍ରା ସଂଖ୍ୟା ବଢିଲା। ଏବେ ସଂଖ୍ୟା ବଢିବାରେ ଲାଗିଛି। ଦେଖିବା ପାଇଁ ପର୍ଯ୍ୟଟକଙ୍କର ଭିଡ ବୃଦ୍ଧି ପାଉଛି। ଫଳରେ ସ୍ଥାନଟି ପଲଟି ଯାଇଛି ‘ବ୍ରା ଫେନ୍ସ’ ପର୍ଯ୍ୟଟନ ସ୍ଥଳ। ସବୁଠାରୁ କୌତୁହଳର ବିଷୟ ହେଲା ସମଗ୍ର ବିଶ୍ୱର ବ୍ରା ସେଠାରେ ଟଙ୍ଗା ଯାଇଛି। ସେହି ସ୍ଥାନକୁ ଯାଉଥିବା ମହିଳା ପର୍ଯ୍ୟଟକମାନେ ମଧ୍ୟ ସେଠାରେ ବ୍ରା ବାନ୍ଧୁଛନ୍ତି।