Breaking Newsଦେଶ-ବିଦେଶ

ବ୍ରହ୍ମପୁତ୍ର ଉପର ମୁଣ୍ଡରେ ଚୀନ କରୁଛି ଏକାଧିକ ନଦୀବନ୍ଧ, ଭାରତରେ ସମସ୍ୟା ବଢିବ

ନୂଆଦିଲ୍ଲୀ : ଭାରତ ସହିତ ସୁସମ୍ପର୍କ ରଖିବାକୁ ଚୀନ ଚାହେଁନାହିଁ। ଗତ କିଛି ମାସର କାର୍ଯ୍ୟ କଳାପ ଏହା ପ୍ରମାଣିତ କରୁଛି। ସୀମା ସମସ୍ୟା ନେଇ ଯେଉଁ ଆଲୋଚନା ଚାଲୁଛି ତାହାର କେବଳ ଔପଚାରିତ ମାତ୍ର। ଏହି ବିବାଦ ମଧ୍ୟରେ ଚୀନ କରୁଛି ଆଉ ଏକ ଷଢଯନ୍ତ୍ର। ତିବ୍ଦତରୁ ବାହାରିଥିବା କେତୋଟି ନଦୀର ଉପରମୁଣ୍ଡରେ ଚୀନ ବନ୍ଧ ନିର୍ମାଣ ପାଇଁ କରୁଛି ଉଦ୍ୟମ। କେବଳ ପାଣିର ନିୟନ୍ତ୍ରଣ ନୁହେଁ ଏହାର ଗତି ବଦଳାଇ ଯୋଜନାରେ ରହିଛି। ଯଦି ଏହା ହୁଏ ତେବେ ଭାରତର ସମସ୍ୟା ବଢିବାର ଆଶଙ୍କା ରହିଛି।

ଖବର ଅନୁଯାୟୀ ବ୍ରହ୍ମପୁତ୍ର ହେଉଛି ଭାରତର ଏକ ପ୍ରମୁଖ ନଦୀ। ଏହି ନଦୀ ଭାରତ ଓ ବାଂଲାଦେଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଜଳଉତ୍ସ। କିନ୍ତୁ ବ୍ରହ୍ମପୁତ୍ରର ଉପରମୁଣ୍ଡରେ ଏକାଧିକ ବୃହତ ନଦୀ ବନ୍ଧ ନିର୍ମାଣ କରି ପାଣିକୁ ଅଟକାଇ ରଖୁଛି ଚୀନ। ପୂର୍ବ ସୂଚନା ନଦେଇ ପାଣି ଛାଡ଼ିଦେଉଛି। ଚୀନର ଏପରି କାର୍ଯ୍ୟ ପାଇଁ ଆସାମ-ବାଂଲାଦେଶରେ ମରୁଡ଼ି ଓ ବନ୍ୟା ପରସ୍ତିତି ଦେଖାଦେଉଛି।

୨୦୧୭ ଡୋକଲାମ ବିବାଦ ପରେ ଚୀନ କୌଣସି ପୂର୍ବ ସୂଚନା ନ ଦେଇ ହଠାତ ବ୍ରହ୍ମପୁତ୍ର ନଦୀରେ ପାଣି ଛାଡ଼ିଦେଇଥିଲା। ଯାହାଫଳରେ ଆସାମରେ ସୃଷ୍ଟି ହୋଇଥିଲା ବନ୍ୟା ପରିସ୍ଥିତି। ଅନେକ ଲୋକ ମୃତ୍ୟୁବରଣ କଲେ। ଚୀନ ଏବେ ବ୍ରହ୍ମପୁତ୍ର ଉପର ମୁଣ୍ଡରେ ଆଉ କେତେକ ଡ୍ୟାମ ନିର୍ମାଣ କରି ପାଣିକୁ ପଶ୍ଚିମ ତିବ୍ଦତରେ ଥିବା ସିଜିଆନ ପ୍ରଦେଶ ଆଡ଼କୁ ନେବାକୁ ଯୋଜନା କରୁଛି। ଯାହାଦ୍ୱାରା ବ୍ରହ୍ମପୁତ୍ରରେ ପାଣି କମିବା ସହିତ ଭାରତର ଉତ୍ତର-ପୂର୍ବାଞ୍ଚଳରେ ଭୀଷଣ ଜଳସମସ୍ୟା ସୃଷ୍ଟି ହେବ ବୋଲି ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି।

ମତାମତ ଦିଅନ୍ତୁ ।

Back to top button