ମସ୍ତିଷ୍କ ଘାତ କରାଇବ କୋଭିଡ୍-୧୯

ଲଣ୍ଡନ: କରୋନା ଭୂତାଣୁ ଯୋଗୁଁ ପୀଡ଼ିତଙ୍କଠାରେ ମସ୍ତିଷ୍କ ଘାତ ପରି ଲକ୍ଷଣ ଦେଖାଦେବ। ସେଥିଯୋଗୁଁ ଜଣେ କୋଭିଡ୍ ରୋଗୀ ସାଂଘାତିକ ସ୍ନାୟବିକ ଜଟିଳତା ସମେତ ଶରୀର ଫୁଲା, ମାମନସିକ ବିକୃତି ଓ ପ୍ରଳାପ କଲା ଭଳି ଲକ୍ଷଣ ଦେଖାଦେଇପାରେ ବୋଲି ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି।

ଲଣ୍ଡନ ବିଶ୍ବବିଦ୍ୟାଳୟର ସ୍ନାୟୁ ଚିକିତ୍ସା ବିଜ୍ଞାନ ବିଭାଗ ଦ୍ବାରା ସଂଘଟିତ ଏକ ସଦ୍ୟ ଅନୁଧ୍ୟାନ ଅନୁଯାୟୀ ୪୩ ଜଣ କୋଭି଼ଡ୍-୧୯ ରୋଗୀଙ୍କ ମଧ୍ୟରୁ କାହା କାହା ଠାରେ ସାମୟିକ ମସ୍ତିଷ୍କ ନିଷ୍କ୍ରିୟତା, ମସ୍ତିଷ୍କ ଘାତ ଅଥବା ସ୍ନାୟୁ ନଷ୍ଟ ଅବା ଗୁରୁତର ମସ୍ତିଷ୍କ ସମସ୍ୟା ଦେଖାଦେଇଛି। ଏହି ଦୁଃସାଧ୍ୟ ରୋଗ ମସ୍ତିଷ୍କକୁ ନଷ୍ଟ କରିଦେବାର ଆଶଙ୍କା ରହିଛି।

କରୋନା ଭୂତାଣୁ ସାର୍ସ-କୋଭ୍-୨ ଦ୍ବାରା ସୃଷ୍ଟ ଏହି ଘାତକ ରୋଗର ପ୍ରମୁଖ ଲକ୍ଷଣ ଭାବେ ଶ୍ବାସକ୍ରିୟା ଜନିତ ଲକ୍ଷଣ ଦେଖାଯାଇ ତାହା ଫୁସ୍‌ଫୁସ୍‌କୁ କ୍ଷତି ପହଞ୍ଚାଉଥାଏ ବୋଲି ପୂର୍ବରୁ ଧାରଣା ରହିଥିଲା। ତେବେ ଦିନକୁ ଦିନ କୋଭିଡ୍ ପୀଡ଼ିତଙ୍କର ମସ୍ତିଷ୍କ ଜନିତ ସମସ୍ୟା ଦେଖାଦେବା ଚିନ୍ତାର କାରଣ ହୋଇଛି।

ମତାମତ ଦିଅନ୍ତୁ ।