April 3, 2020

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧ ଛୁଇଁଲା

ନୂଆଦିଲ୍ଲୀ : ଭାରତରେ କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୧ରେ ପହଞ୍ଚିଛି। ପଶ୍ଚିମ ଦିଲ୍ଲୀ ଅନ୍ତର୍ଗତ ଉତ୍ତମ ନଗରର ଜଣେ ବାସିନ୍ଦା କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ସଚିବ ସଞ୍ଜୀବ କୁମାର କହିଛନ୍ତି ଆଜି ଚିହ୍ନଟ ହୋଇଥିବା ବ୍ୟକ୍ତିଜଣକ ଅତୀତରେ ଥାଇଲାଣ୍ଡ ଓ ମାଲେସିଆ ଗସ୍ତ କରିଥିଲେ। ଏବେ ଦେଶରେ ୨୮ଜଣ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ଏମାନଙ୍କ ସହ କେଉଁମାନଙ୍କର ନିବିଡ଼ ସମ୍ପର୍କ ଥିଲା ସେମାନଙ୍କୁ ସରକାରୀ କର୍ତ୍ତୃପକ୍ଷ ଚିହ୍ନଟ କରିବାକୁ ଉଦ୍ୟମ କରୁଛନ୍ତି। କରୋନା ସଂକ୍ରମଣ ଆଶଙ୍କାରେ ଏ ମାସର ଅବଶିଷ୍ଟ ଦିନଗୁଡ଼ିକ ଦିଲ୍ଲୀର ସମସ୍ତ ପ୍ରାଥମିକ ବିଦ୍ୟାଳୟ ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଛି। ଭାରତ ଛଡ଼ା ଭୁଟାନ୍‌ରେ ମଧ୍ୟ ଆଜି ଜଣେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରଯାଇଛି। କିନ୍ତୁ ଗତମାସରେ ଆକ୍ରାନ୍ତ ହୋଇଥିବା ତିନିଜଣ କେରଳୀ ରୋଗୀ ସୁସ୍ଥ ହୋଇଯାଇଛନ୍ତି।

Leave a Reply

Your email address will not be published. Required fields are marked *