୬୨କୋଟି ପାଇଁ ସାଧାରଣ ପ୍ରଶାସନ ବିଭାଗକୁ ଏସଆରସିଙ୍କ ଚିଠି

ଭୁବନେଶ୍ୱର : ରାଜ୍ୟ ବାହାରୁ ଓଡିଶାକୁ ଫେରିଥିବା ପ୍ରବାସୀଙ୍କ ରାଜ୍ୟ ସରକାର କ୍ୱାରେଣ୍ଟିନ ରହିବାର ନିୟମ କରିଛନ୍ତି। କ୍ୱାରେଣ୍ଟିନ ଅବଧି ସରିଲେ ମିଳିବ ଦୁଇ ହଜାର ଟଙ୍କା। ଏହି ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଦିଆଯିବ। ସେଥିପାଇଁ ୬୨କୋଟି ଟଙ୍କା ପ୍ରଦାନ କରିବାକୁ ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ସଚିବଙ୍କୁ ଚିଠି ଲେଖିଛନ୍ତି। ପଞ୍ଜାୟତିରାଜ ଓ ପାନୀୟ ଜଳ ବିଭାଗ ପାଇଁ ୬୦କୋଟି ଟଙ୍କା, ଗୃହ ଓ ନଗର ଉନ୍ନୟନ ବିଭାଗ ପାଇଁ ୨କୋଟି ପ୍ରଦାନ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି।

ମତାମତ ଦିଅନ୍ତୁ ।