ଏହି ଫିଲ୍ମ ପରେ ସୁପରଷ୍ଟାର ହୋଇଯାଇଥିଲେ ଅକ୍ଷୟ କୁମାର

ମୁମ୍ବାଇ: ବଲିଉଡ଼କୁ ଅନେକ ଷ୍ଟାର ହେବାର ସ୍ୱପ୍ନ ନେଇ ଆସିଥାନ୍ତି । ମାତ୍ର ସେଥିରୁ କେତେକ ଭାଗ୍ୟବାନ୍ ଥାନ୍ତି ଯେଉଁମାନଙ୍କର ସ୍ୱପ୍ନ ସାକାର ହୋଇଥାଏ । ସେହିଭଳି ୨୮ ବର୍ଷ ପୂର୍ବେ ଅକ୍ଷୟ କୁମାର ଷ୍ଟାର ହେବାର ସ୍ୱପ୍ନ ନେଇ ମୁମ୍ବାଇ ଆସିଥିଲେ । ତେବେ ଗୋଟିଏ ଫିଲ୍ମ ତାଙ୍କ ଜୀବନକୁ ସବୁଦିନ ପାଇଁ ବଦଳାଇଦେଇଥିଲା । ଅକ୍ଷୟ କୁମାରରୁ ସେ ରାତାରାତି ସୁପରଷ୍ଟାର ହେବା ସହ ଖିଲାଡ଼ି କୁମାର ପାଲଟିଯାଇଥିଲେ ।
୧୯୯୨ରେ ବଲିଉଡ଼ର ଡାଇରେକ୍ଟର ଯୋଡ଼ି ଆବାସ୍‌-ମସ୍ତାନଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ‘ଖିଲାଡ଼ି’ ରିଲିଜ୍ ହୋଇଥିଲା । ଏହି ଫିଲ୍ମର ଅପାର ସଫଳତା ପରେ ଅକ୍ଷୟଙ୍କୁ ଖିଲାଡ଼ି କୁମାରର ମାନ୍ୟତା ମିଳିଥିଲା । ତେବେ ଏହାର ୨୮ ବର୍ଷ ପରେ ଅକ୍ଷୟ ପୁଣିଥରେ ସେହି ଫିଲ୍ମ ସୁଟିଂ ସମୟର ଏକ ଫଟୋକୁ ନିଜ ଟୁଇଟର୍ ହ୍ୟାଣ୍ଡେଲରେ ସେୟାର କରି ପୁରୁଣା କଥାକୁ ମନେପକାଇଛନ୍ତି ଆବସ୍‌-ମସ୍ତାନ ଓ ଅକ୍ଷୟ ।


ପ୍ରଥମେ ଆବସ୍‌-ମସ୍ତାନ ଏହି ଫଟୋକୁ ଅପଲୋଡ କରି ଲେଖିଥିଲେ ‘ପ୍ରିୟ ଅକ୍ଷୟ କୁମାର, ଖିଲାଡ଼ିକୁ ରିଲିଜ ହେବାର ୨୮ ବର୍ଷ ପୂରଣ ହୋଇଛି । ତମ ସହିତ ଆମର ଏହା ପ୍ରଥମ ଫିଲ୍ମ ଥିଲା । ପୁରୁଣା ଦିନ ଗୁଡ଼ିକ ମନେ ପଡ଼ିଯାଉଛି । ବିଶେଷ କରି ଜନି ଲିବରଙ୍କ କଥା ମନେ ପଡ଼ୁଛି । ଏହି ଫଟୋରେ ଆବାସ୍‌-ମସ୍ତାନଙ୍କ ସହ ଅକ୍ଷୟ ରହିଛନ୍ତି । ସେହିପରି ଅକ୍ଷୟ ମଧ୍ୟ ନିଜ ଟୁଇଟର୍ ହ୍ୟାଣ୍ଡେଲରୁ ସେୟାର କରି ଲେଖିଛନ୍ତି ‘ଏହା କେବଳ ଏକ ଫିଲ୍ମ ନୁହେଁ ବରଂ ମୋ କ୍ୟାରିଅର୍‌ର ଏକ ସ୍ତମ୍ଭ ଏହାକୁ କେମିତି ଭୁଲି ପାରିବି । ଏହି ଫିଲ୍ମ ପରଠାରୁ ମୋ ନାମ ସହ ଏକ ଟାଇଟଲ ଯୋଡ଼ି ହୋଇଯାଇଛି । ମୋତେ ‘ଖିଲାଡ଼ି’ର ପରିଚୟ ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ ।

ମତାମତ ଦିଅନ୍ତୁ ।