ଗୁଡ଼ରେ ଥିବା ଉପକାରୀ ଗୁଣ ସମ୍ପର୍କରେ ଜାଣନ୍ତୁ

ଗୁଡ଼ ଖାଇବା ପାଇଁ ସ୍ୱାଦିଷ୍ଟ ହୋଇଥିବାବେଳେ ଏଥିରେ ଅନେକ ପ୍ରକାର ଉପକାରୀ ଗୁଣ ରହିଛି । ଗୁଡ଼ରେ ପ୍ରବଳ ମାତ୍ରାରେ ଆଂଟିଅକ୍ସିଡେଂଟ ରହିଛି । ନିୟମିତ ଗୁଡ଼ ଖାଇଲେ ଅନେକ ଅସାଧ୍ୟ ରୋଗ ଯେପରି କୋଷ୍ଠକାଠିନ୍ୟ, ବଦହଜମୀ ଓ ବଥା ଆଦି ଦୂର ହୋଇଥାଏ । ଗୁଡ଼ରେ କରୋଟିନ୍‌, ନିକୋଟିନ୍‌, ଭିଟାମିନ୍‌-ଏ, ଭିଟାମିନ୍‌-ବି(୧), ଭିଟାମିନ୍‌-ବି(୨), ଭିଟାମିନ୍‌-ସି ସହିତ ଆଇରନ୍ ଓ ଫସ୍‌ଫରସ୍ ମଧ୍ୟ ରହିଛି । ଗୁଡ଼ର ସ୍ୱଭାବ ଗରମ ହୋଇଥିବାବେଳେ ଥଣ୍ଡା, କାଶ ଓ ପେଟରେ କୃମି ଲାଗି ଏହା ବୁହତ ଉପକାରୀ । ଗୁଡ଼ ପେଟର ପାଚନତନ୍ତ୍ରକୁ ମଜବୁତ କରିଥାଏ । ତେବେ ଗୁଡ଼ରେ ଥିବା ଆହୁରି ଉପକାରୀ ଗୁଣ ସମ୍ପର୍କରେ ଜାଣନ୍ତୁ ।
ଛୋଟ ପିଲାଙ୍କ ମା’ମାନଙ୍କ ଲାଗି ପର୍ଯ୍ୟାପ୍ତ ପରିମାଣର କ୍ଷୀର ନ ହେବା ଏକ ପ୍ରମୁଖ ସମସ୍ୟା ହୋଇଥାଏ । ତେବେ ପ୍ରତିଦିନ କ୍ଷୀରରେ ଗୁଡ଼ ଓ ଜିରା ପାଉଡର୍ ମିଶାଇ ସକାଳୁ ଓ ସନ୍ଧ୍ୟାରେ ଖାଇବା ଦ୍ୱାରା ଅନେକ ଉପକାର ମିଳିଥାଏ । ଏହାକୁ ସେବନ କଲେ କ୍ଷୀରର ମାତ୍ରା ବଢ଼ିବା ସହ ସ୍ମରଣ ଶକ୍ତି ବୃଦ୍ଧି କରିବାରେ ମଧ୍ୟ ସହାୟକ ହୋଇଥାଏ । ଯେଉଁ ଛାତ୍ରମାନେ ପାଠ ଭୁଲିଯାଉଛନ୍ତି ସେମାନେ ଗୁଡ଼କୁ ସକାଳୁ ଓ ସନ୍ଧ୍ୟାରେ ଗୁଡ଼ ଖାଇବା ଦରକାର । ଗୁଡ଼ରେ ମହଜୁଦ ଥିବା ତତ୍ୱ ଏମିନିଆକୁ ଠିକ୍ କରିଦେବା ସହ ରକ୍ତରେ ହିମୋଗ୍ଲୋଭିନ୍‌ର ମାତ୍ରାକୁ ବଢ଼ାଇଥାଏ । ଫଳରେ ଶରୀରରେ ରୋଗପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ ।

ମତାମତ ଦିଅନ୍ତୁ ।