ସାରସ୍ୱତ ପ୍ରେସ୍‌ରେ ଅଗ୍ନିକାଣ୍ଡ

କଟକ: କଟକ ଦରଘା ବଜାରରେ ଥିବା ସାରସ୍ୱତ ପ୍ରେସ୍‌ରେ ଅଗ୍ନିକାଣ୍ଡ ଘଟି ବହୁ କ୍ଷୟକ୍ଷତି ହୋଇଥିବା ଜଣାଯାଇଛି। ଆଜି ଭୋର୍ ସମୟରେ ନିଆଁ ଲାଗି ପ୍ରେସ୍‌ର ବହୁ ଯନ୍ତ୍ରପାତି ପୋଡ଼ି ଜଳି ନଷ୍ଟ ହୋଇଯାଇଛି। ବିଦ୍ୟୁତ୍ ସଟ୍ ସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଖବର ପାଇ ବକ୍ସି ବଜାର ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

ମତାମତ ଦିଅନ୍ତୁ ।